ଜାତୀୟ ପୋଷଣ ମାସ ପାଳନ ୪ଟି ମିଲେଟ ସଚେତନତା ରଥ ଉଦଘାଟିତ
ବାରିପଦା : ଜାତୀୟ ପୋଷଣ ମାସ ଉପଲକ୍ଷେ ଆଜି ଚାରୋଟି ସଚେତନତା ରଥ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ଦ୍ୱାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ରଥ ମୋରଡା, ଶୁଳିଆପଦା, ବାଙ୍ଗରୀପୋଷି ଓ ବିଶୋଇ ବ୍ଲକ ଅଂଚଳରେ ଦୀର୍ଘ ୮ ଦିନ ଧରି ସଚେତନ କାର୍ଯ୍ୟକ୍ରମ ଜାରି ରଖୁବ । ଉକ୍ତ ବ୍ଲକରେ କାର୍ଯ୍ୟରତ ଗ୍ରାମ ସ୍ୱରାଜ, ଶକ୍ତିଶିଖା ଓ ୱାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ମିଲଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଅପପୁଷ୍ଟିକୁ ରୋକିବା ନିମନ୍ତେ ମାଣ୍ଡିଆକୁ ମୁଖ୍ୟ ଖାଦ୍ୟ ଭାବରେ ସାମିଲ କରିବା ପାଇଁ ଚାରୋଟି ବ୍ଲକରେ ୨୦୦୦ ଏକର ଜମିରେ ମାଣ୍ଡିଆ ଚାଷକୁ ତ୍ୱରାନ୍ୱିତ କରାଯାଉ ଥିବା ବେଳେ, ମିଲେଟ ମିଶନ ପକ୍ଷରୁ ମୟୂରଭଂଜ ଜିଲ୍ଲାରେ ୧୨ଟି ବ୍ଲକର ୫୭୦୦ ଏକର ଜମିରେ ମଣ୍ଡିଆ ଚାଷ କରାଯାଉଛି ।ଏବଂ ଖୁବ ଶୀଘ୍ର ଆଉ ୮ଟି ବ୍ଲକରେ ମଧ୍ୟ ସଚେତନ ରଥ ବ୍ଲକ ପରିକ୍ରମା କରିବ ବୋଲି ଜଣାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମିଲେଟ ମିଶନ ଯୋଜନା ଅଧୀକାରୀ ନୀଳମାଧବ ଦାଶ, ମିଲେଟ ମିଶନ ଜିଲ୍ଲା ସଯୋଜକ ଅଶ୍ୱିନୀ କୁମାର ଦାସ, ଆତ୍ମା କାର୍ଯ୍ୟକ୍ରମର ଉପନିର୍ଦେଶିକା ମଧୁସ୍ମିତା ଜେନା, ମୋରଡା ବ୍ଲକ କୃଷିଅଧୀକାରୀ, ଲିସା ପ୍ରିୟଦର୍ଶିନୀ, ବାରିପଦା କାର୍ଯ୍ୟାଳୟ କୃଷି ଅଧିକାରୀ ଶାରଦା ହାଁସଦା, ସ୍ପାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବିବେକାନନ୍ଦ ପଟ୍ଟନାୟକ, ସଂଜୟ ଦ୍ୱାରୀ, କାର୍ତିକେଶ୍ୱର ଗିରି, ଅମ୍ବୁଜା ଘୋଡେଇ, ଚୈତନ୍ୟ ମହାନ୍ତ, ଆଦିକନ୍ଦ ମହାନ୍ତ, ଶକ୍ତିଶିଖା ଅନୁଷ୍ଠାନର ତୁଷାରକାନ୍ତ ବେହେରା, ବିଦୂସ୍ମିତା ନାଏକ, ଅର୍ପିତା ସରଦାର, ରୁଦ୍ରନାରାୟଣ ସାହୁ ଏବଂ ଗ୍ରାମ ସ୍ୱରାଜ ଅନୁଷ୍ଠାନର ଶରତ ବରାଳ, ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।