ଭିଜିଲାନ୍ସ ଜାଲରେ ୩ ସରକାରୀ ଅଧିକାରୀ
ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଜି ୩ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅତର୍କିତ ଚଢ଼ଉ କରିଛି । ସେମାନଙ୍କ ଠାରୁମୋଟ ୧୨ ଲକ୍ଷ ୬୯ ହଜାର ଟଙ୍କା ଜବତ ହୋଇଛି । ସେମାନେ ହେଲେ ବିଧାନ ଚନ୍ଦ୍ର ସାହୁ, ଡ. ପିକେ ମହାପାତ୍ର ଓ ନରୋତମ ବେହେରା ।
ସୂଚନା ଅନୁସାରେ ଭିଜିଲାନ୍ସ ବିଭାଗ ଆଜି କେନ୍ଦୁଝର ଜିଲ୍ଲା ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସେକ୍?ସନ ଇଂଜିନିୟର ବିଧାନ ଚନ୍ଦ୍ର ସାହୁଙ୍କୁ ୧୦ ଲକ୍ଷ ୫ ହଜାର ଟଙ୍କା ନେଇ ଯାଉଥିବା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରୁ ଧରିଛି । ଏହା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ସାହୁଙ୍କର କଟକସ୍ଥିତ ନିବାସ ଓ କାର୍ଯ୍ୟାଳୟ ତଦନ୍ତ କରିଛି । ରାଉରକେଲାରୁ ଫେରୁଥିବା ବେଳେ ଭୁବନେଶ୍ୱରରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଡ. ପିକେ ମହାପାତ୍ର । ତାଙ୍କ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି । ସେହିପରି ଭିଜିଲାନ୍ସ ବିଭାଗ ବାଲେଶ୍ୱରସ୍ଥିତ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତମ ବେହେରାଙ୍କୁ ଧରିଛି । ଶ୍ରୀ ବେହେରା ଭୁବନେଶ୍ୱରକୁ ଆସୁଥବା ବେଳେ ଟାଙ୍ଗୀ ଛକ ଗେଟ୍ ରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ଘର ଉପରେ ଚଢାଉ କରାଯାଇଛି ।