ସରିଲା ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ; ବୈଠକକୁ ବର୍ଜନ କଲେ ଭାଜପା ସମର୍ଥିତ ନିର୍ବାଚିତ ଜନପ୍ରତିନିଧି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପରିସରରେ ଶୁକ୍ରବାର ଦ୍ୱିତୀୟ ପଞ୍ଚାୟତ ସମିତି ବୈଠକ ଭାଜପା ସମର୍ôଥତ ୨୪ ଜନପ୍ରତିନିଧି ସରପଞ୍ଚ ଓ ସମିତି ସଭ୍ୟଙ୍କ ଅନୁପସ୍ଥିତ ମଧ୍ୟରେ ଶେଷ ହୋଇଛି । ବୈଠକରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝି ସଭାପତିତ୍ୱ କରିଥିଲେ । ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ସହକାରୀ ଯନ୍ତ୍ରୀ ଦୀପାଶୁଂ ପରିଡ଼ା, ଜିପିଓ ମିନତି ମାରାଣ୍ଡି, ଆକାଉଣ୍ଟ ଅଫିସର ନିଷିଥ ରଞ୍ଜନ ସାହୁ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋର୍ତିମୟ ପୁଥାଳ, ୧୨ନଂ. ଜୋନ ଜିଲାପରିଷଦ ସଭ୍ୟା ରଞ୍ଜିତା ସିଂ, ୧୩ନଂ. ଜୋନ ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ୧୧ନଂ. ଜିଲା ପରିଷଦ ସଭ୍ୟ ସୁବର୍ଣ୍ଣା ମଞ୍ଜରୀ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ନୀଳଗିରି ବ୍ଲକରେ ୨୫ଟି ପଞ୍ଚାୟତର ଭାଜପା ସମର୍ôଥତ ୨୪ସରପଞ୍ଚ, ସମିତିସଭ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତିରେ ଆରମ୍ଭ ହୋଇଥିଲା ବୈଠକ । ୨/୩ଟି ବିଭାଗକୁ ଛାଡ଼ିଦେଲେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ପ୍ରଥମେ ପୂର୍ବ ବୈଠକର ବିବରଣୀ ପରେ ବିଜେଡିର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ବିଭିନ୍ନ ବିଭାଗ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଜ୍ୟୋର୍ତିମୟ ପୁଥାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ପଞ୍ଚାୟତସମିତି ବୈଠକରେ ପରେ ୨୫ ପଞ୍ଚାୟତର ଭାଜପା ସମର୍ôଥତ ୨୪ସରପଞ୍ଚ, ସମିତିସଭ୍ୟଙ୍କ ଦ୍ୱାରା ନୀଳଗିରି ଭାଜପା କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାଜପାର ଅଭିଯୋଗ ଅନୁସାରେ, ପ୍ରଥମେ ନୀଳଗିରି ବିଡ଼ିଓ ନୀଳଗିରିରେ ବିଧାୟକ ହେବେ । ଏକଥା କହି ନୀଳଗିରି ବିଡ଼ିଓଙ୍କ ବିରୋଧରେ ଗର୍ଜିଥିଲେ ୨୪ସରପଞ୍ଚଓ ସମିତିସଭ୍ୟ ମାନେ । ପୂର୍ବରୁ ନୀଳଗିରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ପାଇଁ ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଲ ନିର୍ଦ୍ଦେଶ ନଂ ୫. ଗତ ୧୩.୧୦ରେ ନୀଳଗିରି ବ୍ଲକରେ ବଦଳି ପାଇଁ ଚିଠି ଜାରି ହୋଇଥିଲା । କିନ୍ତୁ ଉକ୍ତ ବଦଳିରେ ଯେଉଁ ମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ତଥା ବରହମପୁର ପଞ୍ଚାୟତ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଜନାଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଯଥେଷ୍ଟ ଅଭିଯୋଗ ଥିଲେ ମଧ୍ୟ ତାଙ୍କୁ ସ୍ଥାନାନ୍ତରିତ କରାନଯାଇ ଶାସକ ଦଳକୁ ସୁହେଇଲା ଭଳି ବିଡ଼ିଓ ବଦଳି କରିଥିବା ଅଭିଯୋଗ ହୋଇଥିଲା । ଏହି ନିର୍ଦ୍ଦେଶନାମାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଅମଲାତନ୍ତ୍ରର ସ୍ୱେଚ୍ଛାଚାରିତାର ଏକ ମନମୁଖୀ କାର୍ଯ୍ୟ ଦର୍ଶାଇବା ସହ ଭାଜପା ସମର୍ôଥତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟ ମାନେ ଉକ୍ତ ବଦଳି ନିର୍ଦ୍ଦେଶ ନାମାକୁ ତୁରନ୍ତ ରଦ୍ଧ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଫେରାଦ ଦେଇଥିଲେ । ଆଜି ସୁଦ୍ଧା ଏବିଷୟରେ ବିଡିଓ କୌଣସି ନିଷ୍ପତ୍ତି ନନେବାରୁ ସଭାକୁ ବର୍ଜନ କରିଥିବା ଓ ବଦଳି ନିର୍ଦ୍ଦେଶକୁ ରଦ୍ଦ କରାନଗଲେ ଆଗାମୀ ଦିନରେ ନୀଳଗିରି ବନ୍ଦ କରାଯିବ ବୋଲି ଶୁକ୍ରବାର ନୀଳଗିରି ଭାଜପା କାର୍ଯ୍ୟାଳୟରେ ଖବରଦାତା ସମିଳନୀରେ ଭାଜପା ସମର୍ôଥତ ନିର୍ବାଚିତ ଜନପ୍ରତିନିଧି ମାନେ କହିଥିଲେ । ଅନ୍ୟପଟେ ସମସ୍ତ ନୀତି ନିୟମରେ ପଞ୍ଚାୟତ ସମିତି ବୈଠକ କରାଯାଇଛି ବୋଲି କହିଛନ୍ତି ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝି । ଭାଜପା କରିଥିବା ଅଭିଯୋଗକୁ ନେଇ କୌଣସି ଉତ୍ତର କ୍ୟାମେରା ଆଗରେ ଦେବେ ନାହିଁ ବୋଲି କହିଛନ୍ତି ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଲ । ଫୋନ ମଧ୍ୟ ଉଠାଇ ନଥିଲେ ।