୨୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଯାଜପୁର : ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହର ସଂଲଗ୍ନ ଆଙ୍କୁଲା ନିକଟରେ ଚଢ଼ାଉ ସମୟରେ ୨୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଶ୍ରୀତମ କୁମାର ଜେନାଙ୍କୁ ଗିରଫ କରାଯାଇଥିବା ବେଳେ ଏକ ସ୍କୁଟି ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୨ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅବକାରୀ ଇନିସପେକ୍ଟର ସ୍ବପ୍ନାରାଣୀ ସାହୁ ଓ ତାଙ୍କ ଟିମ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି।