ଡ୍ରିମ୍ସ ଆଇଡିଆଲ୍ ସ୍କୁଲ ର୨୦ତମ ବାର୍ଷିକ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ଅରଡ଼ବଜାର ସ୍ଥିତ ଡ୍ରିମ୍ସ ଆଇଡିଆଲ୍ ସ୍କୁଲର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ବାବୁଙ୍କ ୨୦ ବର୍ଷର ଅବଦାନକୁ ସମୟ ନିଶ୍ଚୟ ସମାଧାନ କରିବ ବୋଲି ମତପୋଷଣ କରିଥିଲେ । ଅନ୍ୟତମ ଅତିଥି ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମ ଅତ୍ୟନ୍ତ ନିଆରା ଢଙ୍ଗରେ ପାଳନ ହେଉଥିବା ହେତୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଅନ୍ୟତମ ଅତିଥି ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା କଥା ମାଧ୍ୟମରେ ପିଲାମାନଙ୍କର ଖେଳ ପ୍ରତି ଆନ୍ତରିକତା ସୃଷ୍ଟି କରାଇଥିଲେ ।
ସଭାକାର୍ଯ୍ୟ ପରିଚାଳନା କରୁଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ଦାସ । ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି ବିବରଣୀ ପାଠ କରିଥିଲେ । ରେହାନା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ । ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ବର୍ଷକୁ ସ୍ୱାଗତ ଜଣାଇ ବିଦ୍ୟାଳୟର ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଅତିଥି ମାନଙ୍କ ସହ ମିଶି ନୂଆବର୍ଷ ପାଳନ କରିଥିଲେ । ୱାର୍ଡ଼ କାଉନସିଲର ରଞ୍ଜିତା ମହାପାତ୍ର ଓ ସମ୍ପାଦକ ଭାବଗ୍ରାହୀ ମହାନ୍ତି ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯାଇଥିଲା । ସତ୍ୟଭାମା ଖଟୁଆ, ସ୍ମୃତି ରେଖା ଦାସ, ସ୍ମିତିସୁଧା ଦାସ, ଦୀପାଞ୍ଜଳୀ ଦାସ, ଦେବୀଶ୍ରୀ ଗିରି, ଆରତୀ ଦାସ, ଅନୀତା ଦାସ, ଆଞ୍ଚଲ ପ୍ରିୟା ବେହେରା, ଶାନ୍ତିଲତା ଦାସ, ପ୍ରଦୀପ ସେଠୀ, ଦ୍ୱିତୀକୃଷ୍ଣ ମହାନ୍ତି, ଭଗବାନ ବେହେରା, ରୁନି ସିଂ, ବବିତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟରେ ସହାୟତା କରିଥିଲେ ।