ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର, ମେ’ ୬ରୁ ଜୁନ ୧୭ ସ୍କୁଲରେ ଖରା ଛୁଟି
ଭୁବନେଶ୍ୱର : ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର । ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୬ରୁ ସ୍କୁଲରେ ଖରା ଛୁଟି ।
ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଚଳିତ ବର୍ଷ ମେ ୬ ତାରିଖରୁ ସ୍କୁଲରେ ଖରାଛୁଟି ଆରମ୍ଭ ହୋଇ ୧୭ ଜୁନ ପର୍ଯ୍ୟନ୍ତ ଛୁଟି ରହିବ। ତେବେ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ କେତେ ସମୟ ରହିବେ ଶିକ୍ଷକ ଶିକ୍ଷୟତ୍ରୀ:-
୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ନ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି । ଶନିବାର ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ । ଏହା ସହ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ । ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/୧୪୪୧୭ ଦିଆଯାଇଛି ।
କେଉଁ ମାସରେ କେତେଟା କାର୍ଯ୍ୟ ଦିବସ:-
ଏପ୍ରିଲ ମାସରେ ୨୩ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୧୧ଟି, ଜୁଲାଇରେ ୨୫, ଅଗଷ୍ଟରେ ୨୪ ଲେଖାଏଁ କାର୍ଯ୍ୟ ଦିବସ ରହିଛି । ସେହିପରି ଭାବରେ ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୩, ଡିସେମ୍ବରରେ ୧୮, ଜାନୁଆରୀରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୧ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି ।
ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ:-
୨୦୨୪ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍-୧, ୨୦୨୫ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପାଇଁ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପାଠ ପଢାର ରିଭିଜନ୍ କରିବେ । ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ତେବେ ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।
ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ :-
ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି । ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୫ ମସିହା ଫେବୃଆରୀ ମାସରେ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ । ଏପଟେ ନବମ ଶ୍ରେଣୀ ପିଲାଙ୍କର ୨୦୨୫ ମସିହା ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ।
ସୂଚନା ଯେ, ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମର୍ଣ୍ଣିଂ କ୍ଲାସ ଆରମ୍ଭ ହେବ। ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି।