ସୋପୋରେରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ
ଜମ୍ମୁ : ଜମ୍ମୁ-କଶ୍ମୀରରେ ଅପରେସନ ଅଲ ଆଉଟ୍ ଜାରି ରହିଛି । ଜଣେ ପରେ ଜଣେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ଯେ, କଶ୍ମୀରର ବାରାମୁଲ୍ଲା ଜିଲା ସୋପୋରେ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା । ସୋମବାର ମଧ୍ୟରାତି ପ୍ରାୟ ୨ଟା ସମୟରେ ସୋପୋରେରେ ପେଟମୀରକୁ ସୁରକ୍ଷାକର୍ମୀମାନେ ଘେରି ଯାଇ ସର୍ଚ୍ଚ ଅପରେtନ ଆରମ୍ଭ କରିଥିଲେ । ଏହି ଏନକାଉଣ୍ଟରରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀ ସାମିଲ ଥିଲେ । ମଙ୍ଗଳବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀମାନଙ୍କର ପରିଚୟ ମଳିପାରିନାହିଁ ।