୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ବେପାରୀ ଗିରଫ
ପୁରୀ : ୨ ବ୍ରାଉନ୍ସୁଗାର ବେପାରୀ ଗିରଫ କରିଛି ପୁରୀ ଏସ୍ଟିଏଫ ଓ ବାସେଳିସାହି ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତର ଘର ଖୋର୍ଦ୍ଧା ଦିଓ୍ୱା ଗାଁର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି ।
ସୂଚନା ଯେ, ଗିରଫ ଦୁଇ ଅଭିଯୁକ୍ତ ଅନେକ ସମୟରେ ପୁରୀ ଆସି ବ୍ରାଉନ ସୁଗାର ବେପାର କରୁଥାନ୍ତି । ରବିବାର ବିଳମ୍ବିତ ରାତିରେ କାରବାର ନେଇ ଖବର ପାଇବା ପରେ ବାସେଳୀ ସାହି ଥାନା ଓ ଏସଟିଏଫ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ଦୁଇ ଅଭିଯୁରକ୍ତଙ୍କୁ ଗିରଫ କରାଯାଇଛି । ଏହାପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି। ସେହିପରି ପୋଲିସ ଦୁଇ ଅଭିଯୁକ୍ତଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏମାନଙ୍କ ଠାରୁ ପୋଲିସ ୧୧ ହଜାର ଟଙ୍କା, ୬ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ଜବତ କରିଛି।