୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ପରିବା ଦୋକାନ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡା ଛକ ନିକଟରେ ଅଭାବନୀୟ ଘଟଣା । ପଡ଼ିବାରୁ ନିକଟରେ ଥିବା ୫ଟି ପରିବା ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଫଳରେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ ଦୋକାନ ଜଳି ଯାଇଛି । ସେପଟେ କ୍ଷତିପୂରଣ ଦାବିରେ ବ୍ୟବସାୟୀ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬କୁ ନିକଟଗୁଡା ନିକଟରେ ଅବରୋଧ କରିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡିଛି l