ରୋଟାରୀ କ୍ଲବ ପକ୍ଷରୁ ୨୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେସନ ବିଲଡର ଏୱାର୍ଡ଼ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଏକ ଭିନ୍ନ ପ୍ରୟାସରେ ଜିଲାର ୧୨ଟି ବ୍ଲକର ୨୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେସନ ବିଲଡ଼ର ଏୱାର୍ଡ଼ ଦେବା ପାଇଁ ବାଛିଥିଲା । ଏଥିପାଇଁ ଗୁରୁବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ କ୍ଲବର ସଭାପତି ଇଂ. ରୋଟାରିଆନ ସୌରଭ କୁମାର ବେହେରା ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ । ରୋଟାରୀ ଟିଚର ଚେୟାରମ୍ୟାନ୍ ତଥା ଅଧ୍ୟାପକ ଓ ଅଗ୍ନିଡେଣା ବିଜ୍ଞାନ ପତ୍ରିକାର ସମ୍ପାଦକ ଡ. ପଙ୍କଜ କୁମାର ଜେନା ସଭାକୁ ଅତିଥିମାନଙ୍କୁ ଆହ୍ୱାନ କରିବା ସହ ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ଅଧ୍ୟାପିକା ରୋ. ଲକ୍ଷ୍ମୀପ୍ରିୟା ଜେନା ଓ ପ୍ରଧାନଶିକ୍ଷୟିତ୍ରୀ ରୋ. ଗୀତାଞ୍ଜଳି ଶତପଥି ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କର ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ରୋଟାରୀର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ ହେବ ବୋଲି କହିଥିଲେ । ଏହାଦ୍ୱାରା ଶିକ୍ଷକମାନଙ୍କ ଭିତରେ ଉତ୍ସାହ ବଢ଼ିବ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱର ଜିଲାର ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ଶିକ୍ଷାର ମୂଲ୍ୟବଧତା ଉପରେ କହିଥିଲେ ଓ ରୋଟାରୀର ଏମିତି କାର୍ଯ୍ୟକ୍ରମ ବାଲେଶ୍ୱର ଜିଲା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି କହିଥିଲେ । ଯେଉଁ ସଂସ୍ଥା ଶିକ୍ଷକକୁ ସମ୍ମାନ ଦିଏ ସିଏ ମହାନ ବୋଲି କହିଥିଲେ । ଆଗାମୀ ଦିନରେ ରୋଟାରୀ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଭିତରେ ହୋଇଥିବା ବୁଝାମଣା ବାଲେଶ୍ୱର ଜିଲାରୁ ନିରକ୍ଷରତା ଦୂର କରିବ ବୋଲି ମୁଖ୍ୟଅତିଥି କହିଥିଲେ । ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେସନ ବିଲଡ଼ର ମାନପତ୍ର, ଉତ୍ତରୀ, ମୋମେଣ୍ଟସ, ଫୁଲତୋଡ଼ା ଦେଇ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଖୁସିବ୍ୟକ୍ତ କରି ଶିକ୍ଷୟିତ୍ରୀ ତପସ୍ୱିନୀ ରାଉତ, ଶିକ୍ଷକ ମନୋରଞ୍ଜନ ଦାସ, ଶିକ୍ଷକ ଗୋପବନ୍ଧୁ ବେଜ ରୋଟାରୀକୁ ଧନ୍ୟବାଦ ଦେଇଥିଲେ । ଆମେ ମାନେ ରୋଟାରୀ ପ୍ରତି ଆଜୀବନ ଋଣୀ ହୋଇ ରହିବୁ । ଏଥିରେ ସମ୍ପାଦକ ସୁଖମୟ ଦାସ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମରେର ସୁବ୍ରତ କର, ବିଷ୍ଣୁପଦ କୁଣ୍ଡୁ, କ୍ଷେତ୍ରମୋହନ ମହାପାତ୍ର, ଡ. ଶିରିଶ ଜେନା, ଭି. ଉଦୟ କୁମାର, ଯଶୋଦା ନନ୍ଦନ ଆଶ, ସଲିମ ସାହା, ଡ. ମାତୃଦତ୍ତ ଦାସ, ଭୋଳାନାଥ ବେରା, ଉପେନ୍ଦ୍ର ବେହେରା, ପ୍ରଭାତ କୁମାର ଜେନା, ସନ୍ତୋଷ ନାହାକ, ପଦାରବିନ୍ଦ ମହାପାତ୍ର, ସପନ ମହାପାତ୍ର, ସତ୍ୟନାରାୟଣ ନନ୍ଦ, ବିକ୍ରମ ଜିତ କର, ସୁଜାତା ପଟ୍ଟନାୟକ, ଡ. ମନୋରଞ୍ଜନ ଦାସ, ଭାବଗ୍ରାହୀ ମହାନ୍ତି, ଚନ୍ଦନ କୁମାର ଚଣ୍ଡ, ଶ୍ରୀମାନ ଶ୍ରୀଚନ୍ଦନ, ସୁଧାଂଶୁ ପଣ୍ଡା, ଯୋଗେଶ ଶାହା, ରାଧାରଞ୍ଜନ ବିଶ୍ୱାଳ, ପ୍ରଭଞ୍ଜନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।