ଜବରଦସ୍ତ ସସପେନ୍ସ ସହ ରିଲିଜ ହେଲା ‘ପୁଷ୍ପା ୨’ ଟିଜର, ଦେଖନ୍ତୁ ଝଲକ
ମୁମ୍ବାଇ : ବର୍ତ୍ତମାନ ବଲିଉଡ଼ଠାରୁ ସାଉଥ ପର୍ଯ୍ୟନ୍ତ ଅନେକ ବଡ଼ ଚଳଚ୍ଚିତ୍ର ବିଷୟରେ ଆଲୋଚନା ହେଉଛି । ଅନେକ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଆଉ କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ । ନିକଟରେ ‘ପୁଷ୍ପା- ୨’ର ଟିଜର ରିଲିଜ ହୋଇଛି। ଏକ ସସପେନ୍ସ ସହିତ ଏହି ଟିଜରକୁ ରିଲିଜ୍ କରାଯାଇଛି । ତେବେ ଏହ ଟିଜରଟି ରିଲିଜ ହେବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ତେବେ ରିଲିଜ ହୋଇଥିବା ଏହି ଟିଜରରେ ଧମାକେଦାର ଆକ୍ସନ ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିଛି ।
ପୁଷ୍ପା ନିର୍ମାତାମାନେ ବୁଧବାର ଦିନ ‘ପୁଷ୍ପା- ୨’ର ଟିଜର ରିଲିଜ କରିଛନ୍ତି । ଟିଜରରେ ଦେଖାଯାଉଛି ଯେ ପୁଷ୍ପା କୌଣସି ସ୍ଥାନରେ ନିଖୋଜ ଅଛନ୍ତି ଓ ସହରର ସବୁଆଡେ ଜୋରଦାର ବିରୋଧ ଚାଲିଛି। ପୋଲିସ ଲାଠି ଚାର୍ଜ କରୁଛି ସହ ହାଇ-ହାଇ ସ୍ଲୋଗାନ ଦିଆଯାଉଛି ଓ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓ ଶେଷରେ ପୁଷ୍ପାଙ୍କ ନାମ ଦେଖିବାକୁ ମିଳୁଛି ଏହା ସହିତ ଏକ ପ୍ରଶ୍ନ ଆସୁଛି ଯେ ‘ପୁଷ୍ପା କେଉଁଠାରେ?’ ‘ପୁଷ୍ପା’ ନିର୍ମାତାମାନେ ବୁଧବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ମାତ୍ର ୨୦ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଭିଡ଼ିଓଟି ଛୋଟ ହୋଇଥିଲେ ମଧ୍ୟ ଏହା ଦର୍ଶକଙ୍କ ମନକୁ ଛୁଇଁବା ପାଇଁ ଯଥେଷ୍ଟ । ପୁଷ୍ପା-୨ରେ ମଧ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ।
#WhereIsPushpa ?
— Pushpa (@PushpaMovie) April 5, 2023
The search ends soon!
– https://t.co/clOLWfGV6L
The HUNT before the RULE 🪓
Reveal on April 7th at 4.05 PM 🔥#PushpaTheRule ❤️🔥
Icon Star @alluarjun @iamRashmika #FahadhFaasil @aryasukku @ThisIsDSP @SukumarWritings @MythriOfficial pic.twitter.com/ayodpfY45a
ଏହି ଟିଜର ପ୍ରଶଂସକଙ୍କ ଉତ୍ସାହକୁ ବଢାଇଛି । ତେବେ ‘ପୁଷ୍ପା ୨’ରେ ଟ୍ୱିଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି । ଟିଜର ରିଲିଜ କରିବା ସହ ନିର୍ମାତାମାନେ ଆଉ ଏକ ବଡ଼ ଘୋଷଣା ମଧ୍ଯ କରିଛନ୍ତି । ଫିଲ୍ମର ଟ୍ରେଲର ଏପ୍ରିଲ ୭ ତାରିଖ ଅପରାହ୍ନ ୪ଟାରେ ମୁକ୍ତିଲାଭ କରିବା ନେଇ ମେର୍କରସଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଟ୍ରେଲର ରିଲିଜ ପରେ ‘ପୁଷ୍ପା କେଉଁଠାରେ?’ ସେ ସେସ୍ସପେନ୍ସ ଉପରୁ ପରଦା ହଟିପାରେ ଏହା ସହ ଫିଲ୍ମ ରିଲିଜ ନେଇ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି। ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା’: ‘ଦ ରାଇଜ’ ୨୦୨୧ ଡିସେମ୍ବର ମାସ ୧୭ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବେଶ୍ ପ୍ରଶଂସା ସାଉଁଟିଥିଲା। ତେବେ ଏହି ଫିଲ୍ମର ଗୀତ ଓ ଡ଼ାଇଲଗକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।