କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ଗୁଳିମାଡ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀଙ୍କ ବର୍ବରତା ଜାରି ରହିଛି । କାବୁଲରେ ଚାଲିଥିବା ପାକିସ୍ତାନ ବିରୋଧୀ ରାଲିରେ ତାଲିବାନମାନେ ଗୁଳିମାଡ କରିଛନ୍ତି ।
#Breaking (Asvaka Exclusive)
— Aśvaka – آسواکا News Agency (@AsvakaNews) September 7, 2021
Happening now near Presidential Palace.
Taliban open fire on anti-Pakistan protesters who were marching towards ARG & Kabul Serena Hotel where the #Pak ISI director is living. pic.twitter.com/XvtMcM3OcI
ସୂଚନା ଯେ, ମଙ୍ଗଳବାର କାବୁଲର ଅଲଗା ଅଲଗା ହିଂସାରେ ବହୁତ ବଡ ସଂଖ୍ୟାରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଚାଲିଥିଲା ବିକ୍ଷୋଭ ରାଲି । କାରଣ ସେହି ହୋଟଲରେ ରହୁଥିଲା ଆଇଏସଆଇ ପ୍ରମୁଖ । ଗତ ସପ୍ତାହେ ଧରି ଏହି ହୋଟଲରେ ସେ ରହିଆସୁଛି । ସେଥିପାଇଁ ବିକ୍ଷୋଭକାରୀମାନେ ଏଠାରେ ବିକ୍ଷୋଭ କରୁଥିଲେ । ଆଉ ଗତ କିଛି ଦିନ ଧରି ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା । ପଞ୍ଜଶୀରରେ ପାକିସ୍ତାନର ଆକ୍ରମଣକୁ ବିରୋଧ କରୁଥିବା ଆଫଗାନିସ୍ତାନ ନାଗରିକମାନେ ଏହି ବିକ୍ଷୋଭ କରୁଛନ୍ତି । ସେହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ଏହି ଗୁଳିମାଡ କରାଯାଇଛି ।