ଟ୍ରେନ ଧକ୍କାରେ ଯୁବକ ମୃତ, ପୋଲିସ ର ତଦନ୍ତ ଆରମ୍ଭ
କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟସ୍ଥ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣଙ୍କ ହେଲେ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ ଙ୍କ ପୁଅ ନରହରି ମହାକୁଡ(୨୨) । ପ୍ରାପ୍ତସୂଚନାଅନୁସାରେ,ଗତକାଲି ନରହରି ଗତକାଲି ସିଲିସୁଆଁ ରେ ଚାଲିଥିବା ବାଦୀପାଦୀ ପାଲା କୁ ଦେଖିବାକୁ ଆସିଥିଲେ । ଆଜି ସକାଳୁ ତାଙ୍କର ମୃତଶବ କ୍ଷତବିକ୍ଷତ ଅବସ୍ଥାରେ ରେଳଧାରଣାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ରେଳ ବିଭାଗ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ନରହରି ଙ୍କ ଶବ ନିକଟରୁ ତାଙ୍କ ସ୍ମାର୍ଟଫୋନ ପଡିଥିଲା । ଏନ୍ୟ ଛୋଟ ଫୋନଟି ହଜି ଯାଇଥିବା ପରିବାର ପକ୍ଷରୁ ଜଣପାଡିଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ । ଏବେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।