କୀଟନାଷକ ଖାଇ ଯୁବକର ମୃତ୍ୟୁ
ଜୟପୁର : ଜଣେ ଯୁବକ କୀଟନାଷକ ଖାଇ ଆତ୍ମ ହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ବେଢା ସାହିର ପିଙ୍କୁ ପ୍ରଧାନୀ (୩୭) । ପୋଲିସ ସୁଚନା ଅନୁଯାଇ ଜୟପୁର ସହର ବେଢାସାହିର ପିଙ୍କୁ ପ୍ରଧାନୀ କିଟନାଷକ ଖାଇ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ଜୟପୁର ଟାଉନ ପୋଲିସ ପହଂଚି ଶବ କୁ ଜବତ କରିଛି । ଜିଲା ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିବା ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।