ପୁଣି ବାତ୍ୟା ଭୟ : ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବି ‘ୟଶ୍’!

ଭୁବନେଶ୍ୱର : ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା । ପାଣିପାଗ ଆକଳନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ। ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଭଳି ଆକଳନକୁ ନେଇ ମେ’ ମାସରେ ପୁଣି ଥରେ ବାତ୍ୟା ଡର ଘାରିଲାଣି। ଅନ୍ୟପକ୍ଷରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପରେ ଭାଜି ହେଉଛି ସାରା ଓଡ଼ିଶା । ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ସୋନପୁର ୪୨ ଡିଗ୍ରୀ ତାତିରେ ସିଝିଥିବାବେଳେ ଆଉ ୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଟପିଛି ।
The Regional Meteorological Department has predicted that Super #Cyclone ‘Yash’ is likely to make landfall in Sundarbans area between May 23 and May 25 and possibly move towards #Bangladesh. pic.twitter.com/s8oSTYwmSU
— IANS Tweets (@ians_india) May 18, 2021
ସୂଚନା ଯେ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ବଡ ବଡ ଗଛ ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ସବୁ ଭାଙ୍ଗି ରାସ୍ତାରେ ଉପରେ ପଡିରହିଛି । ଏବେବି ଗୁଜୁରାଟରେ ବର୍ଷା ଲାଗିରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ନିରାପଦ ସ୍ଥାନକୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗୁଜରାଟରେ ପହଂଚିବା ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇରେ ତାଣ୍ଡବ ରଚିଥିଲା ତାଉତେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି ।