କରୋନା ଅମାନିଆଙ୍କୁ ସଚେତନ କଲେ ଯମରାଜ ଓ ଯମଦୂତ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି।
କରୋନା ସଂକ୍ରମଣ କାଳରେ ଦିଲ୍ଲୀ ରାସ୍ତାରେ ଯମରାଜଙ୍କ ସହିତ ଯମଦୂତ ବୁଲୁଥିବା ନଜରକୁ ଆସିଛି। ତେବେ ଯମରାଜ ଓ ଯମଦୂତ ରାସ୍ତାରେ ବୁଲୁଥିବା ସମୟରେ ବିକଟାଳ ଶବ୍ଦ କରି କରୋନା ଅମାନିଆଙ୍କୁ ସଚେତନ କରୁଛନ୍ତି। ଏଥିସହିତ କରୋନା କାଳରେ କିପରି ସତର୍କ ରହିବାକୁ ହେବ ସେ ନେଇ ଦିଲ୍ଲୀବାସୀଙ୍କୁ ଜାଗୃତ କରୁଛନ୍ତି। ଦିଲ୍ଲୀବାସୀଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, ବିନା କାରଣରେ ଘରୁ ବାହାରିବା ନାହିଁ ଆଦି ବିଷୟ ଲୋକଙ୍କୁ ବୁଝାଇବା ପାଇଁ ପ୍ରଥମ ଥର ପାଇଁ ଏଭଳି ଯମରାଜା ଓ ଯମଦୂତଙ୍କ ସାହାରା ନେଇଛି ଦିଲ୍ଲୀ ପୋଲିସ।