ବିଜେପିରେ ଯୋଗଦେଲେ ଡବ୍ଲୁଡବ୍ଲୁଇ ରେସଲର ଦି ଗ୍ରେଟ୍ ଖଲି
ନୂଆଦିଲ୍ଲୀ : ବିଜେପିରେ ଯୋଗଦେଲେ ଡବ୍ଲୁଡବ୍ଲୁଇ ରେସଲର ଦି ଗ୍ରେଟ୍ ଖଲି । ସେ ଗୁରୁବାର ଦିଲ୍ଲୀର ବିଜେପି ସଦସ୍ୟତା ପ୍ରଦାନ କରାଯାଇଛି । ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଦି ଗ୍ରେଟ୍ ଖଲିଙ୍କ ପ୍ରବେଶ ବିଜେପି ପାଇଁ ଲାଭଦାୟକ ହୋଇପାରେ ।
ହିମାଚଳ ପ୍ରଦେଶରେ ଖଲିଙ୍କ ଘର । ତାଙ୍କର ପ୍ରକୃତ ନାମ ହେଉଛି ଦଲିପ ସିଂ ରାଣା । ସୂଚନା ଥାଉକି, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ଚର୍ଚ୍ଚା ହେଉଥିଲା କି ସେ ତାଙ୍କ ପାର୍ଟିରେ ମିଶିବେ । ହେଲେ ତା’ପରେ ଅଖିଳେଶ ତାଙ୍କ ସହିତ କ’ଣ ହେଲା, ତାହା ଜଣାପଡିଲାନି । ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ ବିଜେପିରେ ସାମିଲ ହୋଇଛନ୍ତି ।