ବିଶ୍ୱର ବୃହତ୍ତମ ଟ୍ରକ୍
ବିଶ୍ୱର ସବୁଠୁ ବଡ ଟ୍ରକ୍ ମଧ୍ୟରୁ ଅନ୍ୟତମ ହେଉଛି କ୍ୟାଟର ପିଲାର ୭୯୭ । ଏହି ଟ୍ରକ୍ ୩୬୩ ଟନ୍ ଓଜନର ଜିନିଷ ପରିବହନ କରିବାର କ୍ଷମତା ରଖିଛି, ଯାହା ଅନ୍ୟ ଯେକୌଣସି ଟ୍ରକ୍ଠାରୁ ଅନେକଗୁଣରେ ଅଧିକ । ବିଶେଷକରି ବଡ଼ ବଡ଼ କନ୍ଷ୍ଟ୍ରକ୍ସନ୍ ଓ ମାଇନିଂ ପାଇଁ ଏହି ଟ୍ରକ୍କୁ ବ୍ୟବହାର କରାଯାଇଥାଏ । ଏହି ଟ୍ରକ୍ର ଉଚ୍ଚତା ୭.୬ ମିଟର ଏବଂ ଓସାର ୧୪.୫ ମିଟର । କ୍ୟାଟରପିଲାର ଟ୍ରକ୍ର ମୂଲ୍ୟ ୩୬ କୋଟି ଟଙ୍କା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ବ୍ୟବହୃତ ଗୋଟିଏ ଟାୟାରର ଦାମ୍ ୧ କୋଟି ଟଙ୍କା । ଏପରିକି ଗୋଟିଏ ଟାୟାରର ଓଜନ ୧୫ ହଜାର କିଲୋଗ୍ରାମ୍ । ଆମେରିକାରେ ଚାଲିଥିବା ମାଇନିଂ କାର୍ଯ୍ୟ ପାଇଁ ସେଠାକାର ଏକ କମ୍ପାନୀ ଏହାକୁ ନିର୍ମାଣ କରିଥିଲା ।