ବିଶ୍ବରେ ପ୍ରଥମ ମକ୍ସିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ
ମେଡ୍ରିଡ : ଦେଶରେ ମଙ୍କିପକ୍ସ ଆତଙ୍କ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ନେଇ ସଚେତନତା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବିଶ୍ବରେ ପ୍ରଥମ ମକ୍ସିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି ।
ଗତ ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂକଟ ଘୋଷଣା କରିଥିଲା । ଗତ ମେ’ ମାସ ଆରମ୍ଭରୁ ଆଫ୍ରିକାକୁ ବାଦ୍ ଦେଲେ ସମଗ୍ର ଦୁନିଆରେ ୧୮ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ସାମନାକୁ ଆସିଛି । ଯେଉଁଥିରେ ୭୦ ପ୍ରତିଶତ ମାମଲା ୟୁରୋପରେ ଓ ୨୫ ପ୍ରତିଶତ ମାମଲା ଆମେରିକାରେ ଦେଖିବାକୁ ମିଳିଛି । ୭୮ଟି ଦେଶରେ ପହଞ୍ଚିଛି ମଙ୍କିପକ୍ସ । ସେହିପରି ଭାରତରେ ବର୍ତ୍ତମାନ ସୁଦ୍ଧା ୪ଟି ମଙ୍କିପକ୍ସ ମାମଲା ସାମନାକୁ ଆସିଛି । କେନ୍ଦ୍ର ସରକାର ମଧ୍ୟ ମଙ୍କିପକ୍ସର ପ୍ରକୋପକୁ ଦେଖି ଗାଇଡଲାଇନ ଜାରି କରିଛନ୍ତି । ଆକ୍ରାନ୍ତ ରୋଗୀ ୨୧ ଦିନ ଅଲଗା ରହିବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଜ୍ବର ସହିତ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ଶରୀର ସହ ତ୍ବଚାରେ ଘା’ ହୋଇଥାଏ । ଏହି ଲକ୍ଷଣ ରୋଗୀ ଶରୀରରେ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।