ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ବିଶ୍ୱ ଧଳାବାଡ଼ି ଦିବସ
ବାଲେଶ୍ୱର : ରାଣୀପଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଓ ଉପଦେଷ୍ଟା ସୁବ୍ରତ କର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ହାତରେ ଧଳାବାଡ଼ି ଧରି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଧଳାବାଡ଼ି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ନିର୍ଦ୍ଦେଶକ ଶ୍ରୀ ସ ସଭାପତିତ୍ୱ କରିବା ସହିତ ବିଶ୍ୱ ଧଳାବାଡି ଦିବସ ପାଳନତ ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ନବୀନ କୁମାର ବେହେରା, ସୁନୀଲ କୁମାର ବିଶ୍ୱାଳ, ଚନ୍ଦ୍ରଜିତ ନାୟକ, ଜଗତଜିତ କୁମାର ପତି, ଲକ୍ଷ୍ମୀଧର ପଣ୍ଡା, ପ୍ୟାରୀ ମୋହନ ଭୂୟାଁ, ଜିତେଦ୍ର ଦାସ, ଦୀପକ ବେହେରା, ପବିତ୍ର ମୋହନ ପଣ୍ଡା, ଅଭିରାମ ସାବତ, ଗୌରାଙ୍ଗ ପାତ୍ର, ମନୋଜ କୁମାର ପଲାଇ, ଚିନ୍ମୟ ରଞ୍ଜନ ଜେନା, ଜଗବନ୍ଧୁ ବେହେରା, ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ, ଜ୍ୟୋତିର୍ମୟୀ ଦାସ, ବାସନ୍ତୀ ସିଂପ୍ରମୁଖ ଧଳାବାଡ଼ି ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ମୃତିମଧୁର ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।