ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ୩ ଗିରଫ, ମାରଣାସ୍ତ୍ର ଜବତ
ଚଣ୍ଡିଖୋଲ : ଯାଜପୁର ଜିଲା ବଇରୀ ଥାନା ଅନ୍ତର୍ଗତ କପାଶ୍ଟିକିରି ଗ୍ରାମରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ।
ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କଲା ବଇରୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୃତ ମହିଳାଙ୍କ ଦିଅର ଜୟନ୍ତ ନାୟକ, ଜୟନ୍ତଙ୍କ ପତ୍ନୀ ଉର୍ମିଳା ନାୟକ ଓ ସହଯୋଗୀ ରବୀନ୍ଦ୍ର ନାୟକ। ସେମାନଙ୍କ ନିକଟରୁ ମୋବାଇଲ ଓ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଜମିବାଡ଼ି କାରଣରୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ନେଇ ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ଯେ, କପାଶ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ସ୍ତ୍ରୀ ଅନୀତା ନାୟକ ଘର ଓଳାଉଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଅନୀତାଙ୍କ ଦିଅର ଜୟନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ଉର୍ମିଳା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଳିତ ଅନୀତାଙ୍କୁ ଘର ଭିତରକୁ ଟାଣି ନେଇ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ଫେରାର ଥିବା ୩ ଅଭିଯୁକ୍ତଙ୍କୁ ବଇରୀ ପୋଲିସ ଗିରଫ କରିଛି ।