ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଜୀବନରେ କେବଳ ଥରେ ସ୍ନାନ କରନ୍ତି ମହିଳା
ଗାଧୋଇବା ଆମର ନିତିଦିନିଆ କାମ । ଦିନରେ କେଉଁମାନେ ଥରେ ଗାଧାନ୍ତି । ଆଉ କେଉଁମାନେ ୨ ଥର ଗାଧାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏକ ସମ୍ପ୍ରଦାୟର ମହିଳାମାନେ ଦିନରେ ଥରେ ନୁହେଁ ବରଂ ସେମାନଙ୍କ ଜୀବନରେ କେବଳ ଥରେ ସ୍ନାନ କରନ୍ତି । ଆପଣଙ୍କୁ ଏହି କଥା ଅବିଶ୍ୱାସ ଲାଗୁଥାଇପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏହି ମହିଳାମାନେ ଜୀବନରେ ଥରେ ସ୍ନାନ କରିଥାଆନ୍ତି । ଆପଣ ଭାବୁଥିବେଯେ, ସେମାନେ ନିଶ୍ଚୟ ଅସୁନ୍ଦର ଦେଖାଯାଉଥିବେ । ନାଁ । ଏହି ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଜୀବନରେ କେବଳ ଥରେ ସ୍ନାନ କରିଥାନ୍ତି ।
ଏହି ମହିଳାମାନେ କେବଳ ନିଜ ବିବାହରେ ସ୍ନାନ କରନ୍ତି । ଏବଂ ଏହା ପୂର୍ବରୁ କିମ୍ବା ପରେ ସେମାନେ ଜଳକୁ ସ୍ପର୍ଶ କରନ୍ତି ନାହିଁ । ବାସ୍ତବରେ, ଏହି ମହିଳାମାନଙ୍କୁ ଜଳ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି । ତେଣୁ ସେମାନେ ପୋଷାକ ମଧ୍ୟ ଧୁଅନ୍ତି ନାହିଁ । କଦାପି ଗାଧାନ୍ତି ନାହିଁ । କିନ୍ତୁ ସେମାନେ ଏକ ଔଷଧ ବ୍ୟବହାର କରନ୍ତି ଯାହାକି ସେମାନଙ୍କ ଶରୀରକୁ ସତେଜ ରଖେ । ମହିଳାମାନେ ଡଡ଼ି-ବୁଟିକୁ ପାଣିରେ ପକାଇ ଫୁଟାନ୍ତି । ଏହାର ବାମ୍ଫରେ ଶରୀରକୁ ଶେକ ଦିଅନ୍ତି । ଯାହାଦ୍ୱାରା ସେମାନେ ନ ଗାଧୋଇଲେ ମଧ୍ୟ ଶରୀର ଗନ୍ଧ ବାହାରେ ନାହିଁ । କେବଳ ଏତିକି ନୁହେଁ, ନିଜ ଶରୀରର ଚର୍ମକୁ ସୁସ୍ଥ ରଖିବା ପାଇଁ, ଏହି ମହିଳାମାନେ ପଶୁ ଚର୍ବି ଏବଂ ହେମାଟାଇଟ୍ (ଲୁହା ପରି ଏକ ଖଣିଜ ଉପାଦାନ) ଧୂଳିରୁ ଏକ ବିଶେଷ ପ୍ରକାରର ଲୋସନ ତିଆରି କରି ବ୍ୟବହାର କରନ୍ତି । ହେମାଟାଇଟ୍ ହେତୁ ସେମାନଙ୍କ ଶରୀରର ରଙ୍ଗ ଲାଲ ହୋଇଯାଏ । ଏହି ମହିଳାମାନଙ୍କୁ ରେଡ୍ ମ୍ୟାନ ବୋଲି ମଧ୍ୟ କୁହାଯାଏ ।