ମିଳିଲା ଅନୁମତି, ଜନସନ୍ ଆରମ୍ଭ କରିବ ଭ୍ୟାକ୍ସିନେସନ

FILE PHOTO: Vials labelled "COVID-19 Coronavirus Vaccine" and syringe are seen in front of displayed Johnson & Johnson logo in this illustration taken, February 9, 2021. REUTERS/Dado Ruvic/Illustration/File Photo
ୱାସିଂଟନ୍: ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍ ଟିକାକରଣ ପୁଣି ଚାଲୁ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲ୍ଥ୍ ରେଗୁଲେଟର୍’ କହିଛନ୍ତି। ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଟିକାକରଣ ସ୍ଥଗିତ ରଖାଯାଇଥିଲା। ଆମେରିକାର ସ୍ବାସ୍ଥ୍ୟ ଅଧିକାରୀ ଜନସନ ଆଣ୍ଡ ଜନସନ କମ୍ପାନୀର ମାତ୍ର ଗୋଟିଏ ଡୋଜ୍ ଟିକାରେ କୋଭିଡ୍-୧୯ ଟିକାକରଣ ଉପରେ ୧୧ ଦିନିଆ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବୈଜ୍ଞାନିକ ପରାମର୍ଶଦାତାମାନେ ଜାଣିବାକୁ ପାଇଥିଲେ ଯେ ଏହାର ପ୍ରଭାବ ରକ୍ତ ଜମାଟ ବାନ୍ଧିବା ବିପଦଠାରୁ ବହୁ ଅଧିକ ଅଟେ । ଏହାପରେ ଏହି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନିଆଗଲା । ସରକାର ଏହି ଟିକାକରଣର ୮୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏପରି ୧୫ ଜଣଙ୍କୁ ଚିହ୍ନଟ କରିଥିଲେ ଯେଉଁମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଦେଖିବାକୁ ମିଳିଥିଲା । ସେମାନେ ସମସ୍ତେ ମହିଳା ଥିଲେ । ଯେଉଁମାନଙ୍କର ବୟସ ୫୦ ବର୍ଷରୁ କମ୍ ଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ର ମୁଖ୍ୟ ଜାନେଟ୍ ଉଡ୍କକ୍ ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ ସହ ମିଳିତ ବିବୃତି ଦେଇ କହିଛନ୍ତି, ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ‘ଜାନ୍ସେନ୍’ କୋଭିଡ୍-୧୯ ଟିକାର ଉପକାର ପାର୍ଶ୍ୱ ପ୍ରତିକ୍ରିୟା ଠାରୁ ଯଥେଷ୍ଟ ଭଲ। ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ର ମୁଖ୍ୟ ରସେଲ୍ ୱାଲେନ୍ସ୍କି କହିଛନ୍ତି, ରକ୍ତ ଜମାଟ ବାନ୍ଧିବା ଘଟଣା ଖୁବ୍ କ୍ବଚିତ୍ ପରିଲକ୍ଷିତ ହୋଇଛି। ତେଣୁ ନିୟନ୍ତ୍ରକମାନେ ଟିକାକରଣ ଉପରେ ଦୃଷ୍ଟି ଦେବେ।