ମସ୍ତିଷ୍କ ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ କଣ ? ଜାଣନ୍ତୁ କିପରି ବଢେଇବେ ନିଜର ବ୍ରେନ ପାୱାର
ଶରୀର ଏକ ବଡ ମେସିନ ଭଳି କାମ କରିଥାଏ । ଯେଉଁଥିରେ କେତେକ କାର୍ଯ୍ୟ ଗୋଟିଏ ସହିତ ହୋଇଥାଏ । ଏବଂ କିଛି କାର୍ଯ୍ୟ ପରସ୍ପର ଉପରେ ନିର୍ଭର ମଧ୍ୟ କରିଥାନ୍ତି । କେତେବେଳେ ଗୋଟିଏ ଗଡବଡ ହେବ ଏବଂ ସଂପୂର୍ଣ୍ଣ ଶରୀର ଖରାବ ହୋଇଯିବ । ଯଦି ଆଖି ଖରାବ ହୋଇଥାଏ ତେବେ ଆଖି ଠିକ କରାଇବା ନିମନ୍ତେ ଯାଇଥାଉ କିନ୍ତୁ ଏଭଳି ମଧ୍ୟ ହୋଇପାରେ ଯେ ମସ୍ତିଷ୍କର କୌଣସି ସେନ୍ସର ଖରାପ ଅଛି ଏବଂ ତାହାର ପ୍ରଭାବ ସିଧାସଳଖ ଆଖି ଉପରେ ପଡୁଛି ।
ଆମ୍ଭ ଶରୀରର ସମସ୍ତ ସିରା ମସ୍ତିଷ୍କ ସହିତ ଯାଇ ଜଡିତ ହୋଇଥାଏ । ସିଧାସଳଖ ଭାବରେ କହିବାକୁ ଗଲେ ଏହା ଏକ ପାୱାର ହାଉସ ଅଟେ । ଏବଂ ଏହା ମଧ୍ୟରେ ଅନେକ ଛୋଟ ଛୋଟ ନ୍ୟୁରଂଶ ରହିଥାଏ । ଏବଂ ଏହି ନ୍ୟୁରଂଶ ପରସ୍ପର ସହିତ ଜଡିତ ହୋଇ ସର୍କିଟ ବନାଇ ଥାନ୍ତି । କେତେକ ଲୋକେ କହିଥାନ୍ତି ଯେ ବାଦାମ ଖାଇଲେ ମସ୍ତିଷ୍କ ସଠିକ ଭାବରେ କାମ କରିଥାଏ । ଆଉ କେତେକ ଲୋକେ କହିଥାନ୍ତି ଯେ ଅଖରୋଟ ଖାଇଲେ ମସ୍ତିଷ୍କରେ ସ୍ମରଣଶକ୍ତି ବଢିଥାଏ ।
କାରଣ ଅଖରୋଟ ମସ୍ତିଷ୍କଭଳି ଦେଖାଯାଇଥାଏ । ତେବେ ପିଲାଙ୍କ ପରୀକ୍ଷା ପୂର୍ବରୁ ମା’ ମାନେ ନିଜ ପିଲାଙ୍କୁ ବାଦାମ ତଥା ଅଖରୋଟ ଖୁଆଇବାରେ ବ୍ୟସ୍ତ ରହିଥାନ୍ତି । ତେବେ ଏଭଳି କ’ଣ ରହିଥାଏ ଯେ ଏହାକୁ ଖାଇବା ଦ୍ଵାରା ମସ୍ତିଷ୍କ ଧୃତ ଗତିରେ ଦୌଡିବାକୁ ଲାଗିଥାଏ ? ତେବେ ଆସନ୍ତୁ ଜାଣିନେବା ୩ ଟି ଏଭଳି ଖାଦ୍ୟ ଯାହାକୁ ଖାଇବା ଦ୍ଵାରା ମସ୍ତିଷ୍କ ଧୃତ ଗତିରେ ଦୌଡିବାକୁ ଲାଗିଥାଏ ।
୧; ବ୍ଲୁ ବେରିସ – ଏଥିରେ ପ୍ଲେବିନୟସ ନାମର କେମିକାଲ ରହିଥାଏ । ଏହା ଇନପ୍ଲାମେସନକୁ ଅଟକାଇବାର କାର୍ଯ୍ୟ କରିଥାଏ । ଏବଂ ମସ୍ତିଷ୍କକୁ ବଞ୍ଚାଇଥାଏ । ଗୋଟିଏ ପରୀକ୍ଷାରେ ୧୨ ହପ୍ତା ପର୍ଯ୍ୟନ୍ତ ଏହି ଜୁଷ ଦିଆଗଲା । ଏହାପରେ ଜଣା ପଡିଲା ଯେ ମସ୍ତିଷ୍କର ଯେଉଁ ଭାଗ ଆମ୍ଭକୁ ବୁଦ୍ଧିମାନ ବନାଇଥାଏ ସେହି ଭାଗରେ ର-କ୍ତସଂଚାଳନ ଧୃତ ଗତିରେ ହେବାକୁ ଲାଗୁଅଛି । ମାତ୍ର ଏହା କିଭଳି ସମ୍ଭବ ? ତେବେ ବାଇଗେଣୀ ରଙ୍ଗର ଏହି କୋଳିରେ ଏପରି ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହା ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଉତ୍ତମ ରହିଥାଏ । ଏବଂ ଏହା ମସ୍ତିଷ୍କକୁ ବୁଢା ହେବାଠାରୁ ଅଟକାଇ ରହିଥାଏ ।
୨; ସବୁଜ ପନିପରିବା- ବିଶେଷ କରି ଶାଗ ଏବଂ ସାଲାଡ ଯଦି ଆପଣଙ୍କୁ ଲାଗିଥାଏ ଏହା ଖାଇ ଓଜନ କମିଥାଏ ତେବେ ଏପରି ଆଦୌ ହୋଇନଥାଏ । ଏହା ଖାଇବା ଦ୍ଵାରା ମସ୍ତିଷ୍କରେ ଇଣ୍ଟେଲାଇଜ ଇଣ୍ଟେଲିଜେନ୍ସ ଡେଭଲୋପ ହୋଇଥାଏ । ଅର୍ଥାତ ଜୀବନ ସାରା ଆମ୍ଭେ ଯେତେ ମଧ୍ୟ ଜ୍ଞାନ ଜମା କରିଅଛୁ, ତାହାକୁ ସଠିକ ଭାବରେ ପ୍ରୟୋଗ କରିବାର କ୍ଷମତା ।
୩; ଡାର୍କ ଚକୋଲେଟ- ଏଥିରେ ୭୦ ଭାଗ କୋକ ରହିଥାଏ ଏବଂ ୩୦ ପ୍ରତିଶତ ଚିନୀ ଅଥବା କ୍ଷୀର । ଏହାକୁ ଖାଇବା ଦ୍ଵାରା ଇନ୍ଦ୍ରିୟା ଗୁଡିକ ଉତ୍ତମ ଭାବରେ କାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।