ଓଜନ କମାଏ ତନ୍ତୁଜାତୀୟ ଖାଦ୍ୟ

ହାଇ-ଫାଇବର ଯୁକ୍ତ ଖାଦ୍ୟ ବା ତନ୍ତୁ ଜାତୀୟ ଖାଦ୍ୟ ଖାଇଲେ ଖୁବ୍ ଶୀଘ୍ର ନିଜ ଶରୀରର ଓଜନ କମାଇ ହେବ । ଫାଇବର ପାଚନ ଶକ୍ତିକୁ ମଜବୁତ କରିଥାଏ ।ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । ଯେଉଁଖାଦ୍ୟରେ ୨୫ ରୁ ୩୫ ଗ୍ରାମଫାଇବର ରହିଥାଏ ତାକୁ ହାଇ-ଫାଇବର ଡାଏଟ୍ ପ୍ଳାନ କୁହନ୍ତି । ବିଶେଷ କରି ସେଓ, କଦଳୀ, ନାଶପାତି, ଷ୍ଟ୍ରବେରି, କମଳା ଏବଂ ଶାଗ ଭିତରେ ଏହା ବହୁତ ପରିମାଣରେ ରହିଥାଏ ।
ହାଇ- ଫାଇବର ଯୁକ୍ତ ଖାଦ୍ୟ ପାଇଁ ସାଲାଡ୍ ହେଉଛି ଗୁରୁତ୍ୱପୂର୍ଣ୍ଣ । କଂଚା ପନିପରିବାରେ ଆଂଟି ଅକ୍ସଡେଂଟ, ନାଚୁରାଲ ଏଞ୍ଜାଇମ ଓ ଫାଇବର ରହିଥାଏ । ତେଣୁ ଖାଦ୍ୟରେ ଅଟା, ଚାଉଳ, ଡାଲି, ଡ୍ରାଏ ଫ୍ରୁଟସ୍ ଖାଇବା ଦରକାର । ୫୦ ବର୍ଷରୁ ଅଧିକ ମହିଳାଙ୍କୁ ଦିନରେ ୨୧ ଗ୍ରାମ ଓ ପୁରୁଷଙ୍କ ପାଇଁ ୩୦ ଗ୍ରାମ ଫାଇବରର ଆବଶ୍ୟକତା ପଡିଥାଏ । ସେଭଳି ୫୦ ବର୍ଷରୁ କମ୍ ମହିଳା- ପୁରୁଷଙ୍କ ପାଇଁ ୨୫ ରୁ ୩୮ ଗ୍ରାମ ଫାଇବର ନେବା ଦରକାର ।