ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ : ରୁଷିଆବାସୀ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ବେଳେକୁ ବେଳ ବଢିବାରେ ଲାଗିଛି ଋଷ-ୟୁକ୍ରେନ ସଙ୍କଟ । ଯୁଦ୍ଧ ବନ୍ଦ କରିବାର ନାମ ନେଉ ନାହାନ୍ତି ଦୁଇ ଦେଶ । ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଋଷ ଗତ ରବିବାର ଆକ୍ରମଣ କରିବା ପରେ ଏହାକୁ ନିଜ ଅକ୍ତିଆକୁ ନେଇଯାଇଛି । ସେପଟେ ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ବୋଲି କେତେଜଣ ରୁଷିଆବାସୀ କହିଛନ୍ତି ।
ଯୁଦ୍ଧକୁ ବିରୋଧ କରି ଏମୋନେ ରୁଷିଆରେ ପ୍ରଦର୍ଶନ ବି କରିଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୩୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି । ଅନ୍ୟପଟେ ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସେନା ପ୍ରାଣ ହରାଇବା ସହ ଶହ ଶହ ୟୁକ୍ରେନ ନାଗରିକଙ୍କର ମୃତ୍ୟୁ ହେଲାଣି ଓ ଉଭୟ ଦେଶର ବହୁ ଧନ କ୍ଷତି ହେଲାଣି ।