ଆମେ ଜନମତ ଗ୍ରହଣ କରିଛୁ, ବିଜେତାଙ୍କୁ ଅଭିନନ୍ଦନ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ୟୁପି, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଦଳ କୌଣସି ରାଜ୍ୟରେ ସରକାର ଗଠନ କରୁଥିବା ଦେଖାଯାଉ ନାହିଁ। ତେବେ ଏହି ଫଳାଫଳ ଉପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆମେ ଜନମତ ଗ୍ରହଣ କରିଛୁ। ଯେଉଁମାନେ ଏହି ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ଅଭିନନ୍ଦନ। ମୁଁ ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ଧନ୍ୟବାଦ ଦେଉଛି ।
ଆମେ ଏଥିରୁ ଶିଖିବା ଏବଂ ଭାରତର ଲୋକଙ୍କ ସ୍ବାର୍ଥ ପାଇଁ କାର୍ୟ୍ୟ ଜାରି ରଖିବା । ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୟୁପିରେ କେବଳ ଦୁଇଟି ଆସନରେ କଂଗ୍ରେସ ଆଗରେ ରହିଛି। ଅନ୍ୟପକ୍ଷରେ, ଉତ୍ତରାଖଣ୍ଡରେ ୧୮, ପଞ୍ଜାବରେ ୧୮, ଗୋଆରେ ୧୧ ଏବଂ ମଣିପୁରରେ ଚାରିଟି ଆସନରେ ଆଗରେ ରହିଛି ଦଳ । ପଞ୍ଜାବରେ କଂଗ୍ରେସ କ୍ଷମତା ହରାଇଛି। ମୋଟ ୧୧୭ ଟି ସିଟ୍ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୯୨ଟି ସିଟ୍ ଜିତିବାର ଦେଖାଯାଉଛି