ସ୍ୱେଛାକୃତ ରକ୍ତଦାନ ଶିବିର; ୬୮ ୟୁନିଟ୍ ସଂଗୃହୀତ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ, ପୁରାତନ ଛାତ୍ର ସଂସଦ, ରୋଭର ଓ ରେଞ୍ଜର ୟୁନିଟ୍ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଓଡ଼ିଶା ବ୍ଲଡ଼ ବ୍ୟାଙ୍କର ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ମହେଶ କୁମାର ବିଶ୍ୱାଳ, ପୁରାତନ ଛାତ୍ର ସଂସଦର ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ ଓ ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱେଚ୍ଛା ରକ୍ତଦାନ ଶିବିରର ଗୁରୁତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ବାସନ୍ତୀ ସାହୁ, ଗୌରହରି ନାୟକ, ରାଧାଗୋବିନ୍ଦ ମହାନ୍ତି, ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରିଥିଲେ । ଯୁବ ରେଡ଼କ୍ରସ କାଉନସେଲର ଶ୍ରବଣ ନାୟକ, ଅନ୍ନପୂର୍ଣ୍ଣା ରଣା, ପ୍ରୋଗ୍ରାମ ଅଫିସର ଡ. ଆରୁଣୀ ମିଶ୍ର, ପ୍ରାଧ୍ୟାପିକା ନୀଳିମା ପାତ୍ର, ଶମ୍ଭୁନାଥ ଗିରି, ଲାଖିରାମ ହାଁସଦା, ଗଣେଶ ପାଢ଼ୀ, ରଜତ କୁମାର ସେନାପତି ଓ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କର ଲାବରେଟୋରି ଟେକନିସିଆନ ବିଜୟ କୁମାର ପଟ୍ଟନାୟକ, ରାଜେଶ କୁମାର ମିଶ୍ର, କାଉନସେଲର ସୁଚରିତା ଦାସ, ନର୍ସିଂ ଅଫିସର ସ୍ୱାତୀ ସୁଚରିତା ରାଜ, ଅଜୟ ମହାପାତ୍ର ଓ ବିଦ୍ୟାଧର ସାହୁ ପ୍ରମୁଖ ଶିବିରରୁ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ରୋଭର ଲିଡ଼ର ଡ. ଶାନ୍ତନୁ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।