ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ
- କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତି
ଭୁବନେଶ୍ଵର : ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ଶହ ଶହ ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ପୁଣି ଥରେ ୨୦୨୦ ସ୍ଥିତିର ପୁନରାବୃତ୍ତି ଆରମ୍ଭ ହୋଇ ଯାଇଛି। ନାଇଟ୍କର୍ଫ୍ୟୁ ଲାଗୁ ହେବା ପରେ କରୋନାର ପ୍ରଭାବ ଏବେ ମନ୍ଦିର ଉପରେ ପଡିଛି। ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ କରାଯାଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ କରୋନା ଚିହ୍ନଟ ହେବା ପରେ ବିଏମସି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତି କରାଯିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଯାଏଁ ଏହି କଟକଣା ଜାରି ରହିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ସେବାୟତଙ୍କ ଦ୍ଵାରା ରଥ ଟଣା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବେ।