ଭୁବନେଶ୍ୱର ଭୀମଟାଙ୍ଗିରେ ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣା : ହତ୍ୟା ପୂର୍ବରୁ ଅଭିଯୁକ୍ତର ଶେଷ ଚାଟ୍

ଭୁବନେଶ୍ୱର : ଭୁବନେଶ୍ୱର ବହୁଚର୍ଚ୍ଚିତ ଭୀମଟାଙ୍ଗିରେ ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣା ଉପରୁ ଧିରେ ଧିରେ ଗୁମର ଫିଟିବାରେ ଲାଗିଛି । ପୂର୍ବ ପ୍ରେମ ସମ୍ପର୍କକୁ ନେଇ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଏବେ ସାମ୍ନାକୁ ଆସିଛି ଅଭିଯୁକ୍ତ ଜଗନ୍ନାଥର ହ୍ୱାଟସଆପ୍ ଶେଷ ଚାଟ୍ । ହତ୍ୟା ପୂର୍ବରୁ ନିଜ ପାରିବାରିକ ହ୍ୱାଟଆପ୍ ଗ୍ରୁପରେ ଏମିତି କିଛି ଲେଖିଥିଲା ଜଗନ୍ନାଥ ।
ହ୍ୱାଟସ୍ଆପ୍ ରେ ଲେଖିଥିଲେ :-
ଆଉ ରାଗିବନି ମୋ ଉପରେ…
ମୁଁ ଦୁନିଆ ଛାଡ଼ିକି ଯାଉଛି…
ପ୍ଲିଜ ମୋତେ କ୍ଷମା କରିଦିଅ…
ଏ ରିଙ୍କି, ମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବରବାଦ କରିଦେଲା…
ମୁଁ ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି…
ସରି ଭାଇମାନେ ମୋତେ କ୍ଷମା କରିଦେବ…
ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି…
ମୁଁ ଆଉ ଫେରିବିନି…
ତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି…
ମୋ ପାଖରେ ଆଉ କିଛି ରାସ୍ତା ନାହିଁ…
ବଡଭାଇ ମାନଙ୍କୁ ମୋ ଅନୁରୋଧ…
ମୋ ବାଇକର ବାକିଥିବା କିସ୍ତି ସବୁ ମିଶିକି ଦେଇଦେବେ…
ଫାଇନାନ୍ସକୁ ବାଇକ୍ ନଦେବାକୁ ନିବେଦନ…
ରହିଲି…
ବାବାଜୀ ପରିବାରରୁ ମୁଁ ବିଦାୟ ନେଉଛି ସବୁଦିନ ପାଇଁ…
ଏଭଳି କିଛି ହ୍ୱାଟସଆପ୍ ମେସେଜ୍ କରି ପ୍ରୀୟଙ୍କାଙ୍କୁ ହତ୍ୟା କରିବା ପରେ ଜଗନ୍ନାଥ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ କମିଶନରେଟ୍ ପୋଲିସ୍ ର ସୂଚନା ଅନୂଯାଇ ଜଗନ୍ନାଥ ପ୍ରଥମେ ଜଗନ୍ନାଥ ପ୍ରୀୟଙ୍କାଙ୍କ ପୁଅକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା ମାତ୍ର କୌଣସି କାରଣରୁ ତାହା ନକରି ପାରି ପ୍ରୀୟଙ୍କାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏଭଳି ପରିସ୍ଥିତିରେ ଦୁହେଁ ଦୁହିଁଙ୍କୁ ପୂର୍ବରୁ ଜାଣିଥିଲେ ବୋଲି କମିଶନରେଟ୍ ପୋଲିସ୍ ସୂଚନା ଦେଇଛି । ଅନ୍ୟପଟେ ମୃତ ପ୍ରିୟଙ୍କାଙ୍କର ଜଗନ୍ନାଥଙ୍କ ସହ ସଂପର୍କ ଥିଲାବୋଲି ଗିରଫ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ କରିଛନ୍ତି । ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ତେବେ ବିବାହ ପରେ ଜଗନ୍ନାଥଙ୍କ ସହ ସମ୍ପର୍କ ରଖିନଥିଲା ପ୍ରିୟଙ୍କା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପୁଣି ଏହି ସମ୍ପର୍କରେ ତିକ୍ତତା ଆସିଥିଲା।
ସୂଚନା ଯେ, ଭୁବନେଶ୍ୱର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ବାନ୍ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା ।ହୋସ୍ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ । ମର୍ଡର ପରେ ଭିଡିଓ କଲ୍ କରିଥିଲା ହତ୍ୟାକାରୀ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଭିଡିଓ କଲ୍ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍ କରିଥିଲେ ମୃତ ମହିଳାଙ୍କ ସ୍ବାମୀ । ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍ ଥିବା ଦେଖିବାକୁ ପାଇଥିଲେ । ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍ କରିଥିଲେ ।