ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ବିଜୟଙ୍କ ଶବ
ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଘୁଘୁଡିପଡ଼ା ନିକଟସ୍ଥ ବୃତ୍ତଙ୍ଗ ନଦୀ କୂଳ ଝିଣ୍ଟିକା ପାହାଡ଼ର ଏକ ଗଛରୁ ରବିବାର ଦିନ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣାର ଦଣ୍ଡୁଆ ତଥା ଅଶୋକ ନାହକଙ୍କ ପୁତ୍ର ବିଜୟ ନାହକଙ୍କ ମୃତଦେହ କୁ ସୋମବାର ଦିନ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସ୍ଥଳରୁ ପୋଲିସ ଉଦ୍ଧାର କରିବା ସହିତ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ତଦନ୍ତ କରି ଶବକୁ ବ୍ଯବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି l ଅନ୍ୟପକ୍ଷରେ ସମଗ୍ର ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି l ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଦଣ୍ଡ ନାଚରେ ପରଭା ନୃତ୍ୟ ସାରି କେଉଁଆଡ଼େ ଉଭାନ୍ ହୋଇଯାଇଥିବା ବିଜୟଙ୍କ ଝୁଲନ୍ତା ମ୍ରୁତଦେହ ଗ୍ରରାମବାସୀ, ପୋଲିସ୍ ର ମିଳିତ ତଲାସୀ ବେଳେ ଠାବ କରାଯାଇଥିଲା।ଅନ୍ୟ ପକ୍ଷରେ କୃଷ୍ଣ ଚନ୍ଦ୍ର ପୁର୍ ପାଟଣା ଗ୍ରାମରେ ଏହି ଘଟଣା କୁ ନେଇ ଚଳିତ ବର୍ଷ ଦଣ୍ଡଯାତ୍ରା କୁ ବନ୍ଦ କରି ଦିଆଯାଇଥିବାର ଖବର ମିଳିଛି l