ଆଜି ରାଜ୍ୟର ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ
![](https://thetruths.in/wp-content/uploads/2021/05/coronavaccine-PTI-file-photo-6-1024x683.jpg)
ଭୁବନେଶ୍ୱର : ମହାମାରୀ କରୋନାର ଦ୍ଵିତୀୟ ଲହରୀ ଚିନ୍ତାଜନକ ରହିଛି । ଏସବୁ ଭିତରେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ଭ୍ୟାକ୍ସିନ୍ର ଅଭାବକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।
ସୂଚନା ଯେ, ଆଜି ରାଜ୍ୟର ୧୦ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କୋଭିସିଲ୍ଡର ଅଭାବକୁ ଦେଖି ଏହି ୧୦ ଜିଲ୍ଲାରେ ଆଜି ଭାକ୍ସିନେସନ ହେବ ନାହିଁ। ଏସବୁ ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ନୟାଗଡ଼, ରାୟଗଡ଼ା ଏବଂ ସୁବର୍ଣ୍ଣପୁର। ବର୍ତ୍ତମାନ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିସିଲ୍ଡ ର ୩୩ ହଜାର ୯୩୦ ଟିକା ଉପଲବ୍ଧ ଥିବା ବେଳେ, ଓଡ଼ିଶା କୋଟାରୁ ୩ ଲକ୍ଷ ୪୩୦ ଟିକା ଅଛି। ସେହିପରି କୋଭାକ୍ସିନ କେନ୍ଦ୍ର କୋଟାରେ ୩ ଲକ୍ଷ ୬୦ ହଜାର ଟିକା ଥିବା ବେଳେ, ଓଡ଼ିଶା କୋଟାରୁ ୭୦ ହଜାର ୨୫୦ ଟିକା ଅଛି।