ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ୨
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଯୁକ୍ତ୨ ଶ୍ରେଣୀକୁ ଅଲଗା କରାଯିବ। ଯୁକ୍ତ୨କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରି ଶିକ୍ଷାଦାନ କରାଯିବା ଲାଗି ହୋଇଥିବା ନିଷ୍ପତ୍ତିର ସ୍ଥିତି ସଂପର୍କରେ ସମୀକ୍ଷା ହେବ । ଏନେଇ ଆସନ୍ତା ୫ ତାରିଖ ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।
ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖି ମୁଖ୍ୟ ଶାସନ ସଚିବ ଆଭାସୀ ବୈଠକ ସଂପର୍କରେ ସୂଚନା ଦେଇଛନ୍ତି। କେତେକ ଡିଗ୍ରୀ ମହାବିଦ୍ୟାଳୟରେ ଏବେ ବି ଯୁକ୍ତଦୁଇ ଶିକ୍ଷାଦାନ ଚାଲିଥିବାରୁ ଏହାକୁ ଅଲଗା କରିବା ସହ ଯୁକ୍ତଦୁଇ ପଢାଉଥିବା ଅଧ୍ୟାପକ ଓ ଏଥିପାଇଁ ନିଯୁକ୍ତ ଅଣ ଶିକ୍ଷାଦାନ କର୍ମଚାରୀ ମାନଙ୍କୁ ମଧ୍ୟ ଅଲଗା କରାଯିବା ସ୍ଥିତି ସଂପର୍କରେ ବୈଠକରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି।