ବିହାରରେ ପୁଣି ଅଘଟଣ : ବିଷାକ୍ତ ମଦ ପିଇ ୫ ମୃତ, ୩ ଗୁରୁତର
ପାଟଣା : ବିହାରର ନୀତିଶ ସରକାର ରାଜ୍ୟରେ ମଦ, ଉତ୍ପାଦନ ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟରେ ଦୈନିକ ମଦ କାରବାର, ପିଇବା ଘଟଣା ସାମ୍ନାକୁ ଆସୁଛି । କେବଳ ଏତିକି ନୁହେଁ, ଅନେକ ଥର ବିଷାକ୍ତ ମଦ ପିଇବା କାରଣରୁ ଲୋକେ ମୃତ୍ୟୁବରଣ କରୁଛନ୍ତି । ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟରେ ମାମଲା ନାଲନ୍ଦା ଯେଉଁଠାରେ ମଦ୍ୟପାନ ହେତୁ ପାଞ୍ଚ ଜଣ ଲୋକଙ୍କ ଜୀବନ ଯାଇଛି ।
ସୂଚନା ଯେ, ନାଳନ୍ଦା ଜିଲାର ସୋହରସାଇ ପୋଲିସ ଷ୍ଟେସନ ଅଞ୍ଚଳର ଛତି ପାହରୀ ଏବଂ ପହର ତାଲି ମୋହଲ୍ଲାରେ ସନ୍ଦେହଜନକ ଅବସ୍ଥାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଯେଉଁମାନେ କି ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥାଳରେ ପହଞ୍ଚିଛନ୍ତି । ତେବେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି ।