ଦୁଇ ମୋବାଇଲ ଚୋର ଗିରଫ
ବୋରିଗୁମ୍ମା : ବୋରିଗୁମ୍ମା ପୋଲିସ ଦୁଇ ମୋବାଇଲ ଚୋର କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ସେମାନେ ହେଲେ ଟୁକେନ୍ଦ୍ର ହରିଜନ ବୟସ ୨୦ ବର୍ଷ, ବିଜରାଗୁଡା,ନବରଙ୍ଗପୁର ଓ ଅନ୍ୟ ଜଣେ ହେଲେ ଦେବେନ୍ଦ୍ର ହରିଜନ ବୟସ ୨୦ ବର୍ଷ ଭୀମା ସାହି ,ପାପଡାହାଣ୍ଡି ବୋଲି ପୋଲିସ ସୂଚନା ଦେଇଛନ୍ତି।ପୋଲିସ ସୂତ୍ରରୁ ପ୍ରକାଶ ଯେ ହରଦଳି ରୁ ଟିକବାଲିଗୁଡା ନିଜ ବାଇକ ଯୋଗେ ଟିକବାଲିଗୁଡା ଗ୍ରାମର ସୋନୁ ହରିଜନ ଙ୍କ ପୁଅ ଆସୁଥିବା ବେଳେ ଟୁକେନ୍ଦ୍ର ଓ ଦେବେନ୍ଦ୍ର ମଝି ରାସ୍ତାରେ ଟୁକେନ୍ଦ୍ର ଓ ଦେବେନ୍ଦ୍ର ଦୁହେଁ ମୋବାଇଲ ଝାମ୍ପି ନେଇଥିଲେ।ଏନେଇ ବାଇକ ଚାଳକ ଙ୍କ ବାପା ସୋନୁ ହରିଜନ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଦୁଇ ଚୋର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର-୩୭ /୨୦୨୩ ରୁଜୁ କରାଯାଇଛି ବୋଲି ଥାନା ଆଇଆଇସି ଖିରେଶ୍ୱର ସାହୁ ସୂଚନା ଦେଇଛନ୍ତି।