ଶ୍ରୀ ଶିରିଡି ସାଇଙ୍କ ଉପରେ ଦୁଇଟି ପୁସ୍ତକ ଲୋକାର୍ପିତ
କଟକ : ଶ୍ରୀ ଶିରିଡି ସାଇମେଳା, ସାଇ ସଂକ୍ଷିପ୍ତ ଭାଗବତ ନାମକ ଦୁଇଟି ପୁସ୍ତକ ଶ୍ରୀ ସିଦ୍ଧ ଶିରିଡି ସାଇ ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଉନ୍ମୋଚିତ ହୋଇଯାଇଛି । କଟକ ପାଗାସ୍ଥିତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଅବସ୍ଥିତ ଶିରିଡି ସାଇ ମନ୍ଦିର ଆଙ୍ଗନରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ନିକୁଞ୍ଜ ନାୟକଙ୍କ ଦ୍ୱାରା ରଚିତ ପୁସ୍ତକ ଦୁଇଟି ଲୋକାର୍ପିତ ହୋଇଥିଲା । ଉତ୍ସବରେ ସଭାପତି ରୂପେ ସମାଜସେବୀ ମହେଶ୍ୱର ବେହେରା, ଉଦ୍ଘାଟକ ଭାବେ ପ୍ରତିଷ୍ଠିତ ମୁଦ୍ରାକର କୃଷ୍ଣଚନ୍ଦ୍ର୍ର ନାୟକ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ବୈଷ୍ଣବ ଜେନା, ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ବରେଣ୍ୟ ଅତିଥି ଭାବେ ପତ୍ରକାର ଦିଲ୍ଲିପ ଦାସ, ଭିଡିଓ ନିର୍ଦ୍ଦେଶକ ପୃଥିରାଜ ସ୍ୱାଇଁ, ଆଇନଜୀବୀ ନିହାର ରଂଜନ ମହାନ୍ତି, ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତୀଛାତ୍ରୀ ଲୋପାମୁଦ୍ରା ନାୟକଙ୍କୁ ପୁରସ୍କୃତ କରାଯାଇଥିଲା ।