ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଆରୋହୀ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋଡ଼ିପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ତଦନ୍ତ ପୋଲିସ ଜାରି ରହିଛି।
ସୂଚନା ଯେ, ବୁଧବାର ଦିନ ସକାଳ ସମୟରେ ଖୋର୍ଦ୍ଧା ଗୋଡ଼ିପଡ଼ା ଛକ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ । ଯାହାଫଳରେ କି ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ପରେ ନିକଟରେ ଥିବା ଟୋଲ ଗେଟ୍ କର୍ମଚାରୀମାନେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦେଇଥିଲେ । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି ।