ଟାଉନ ହାଇସ୍କୁଲରେ ପ୍ରବେଶ ଉତ୍ସବ, ଛାତ୍ରଛାତ୍ରୀଙ୍କ ସଚେତନତା ରାଲି
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଟାଉନ ହାଇସ୍କୁଲରେ ପ୍ରବେଶ ଉତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ସଚେତନତା ରାଲି ମିର୍ଜାପୋଖରୀ ଏବଂ ତାର ପାଖ ଅଞ୍ଚଳ ପରିକ୍ରମା କରିଥିଲା। ପିଲାମାନେ ସରକାରୀ ବିଦ୍ୟାଳୟରେ ସଂପୂର୍ଣ୍ଣ ମାଗଣାରେ ନିଜ ପିଲାମାନଙ୍କୁ ପାଠ ପଢାଇବା ପାଇଁ ସ୍ଥାନୀୟ ଅଭିଭାବକ ମାନଙ୍କୁ ବାର୍ତ୍ତା ଦେଇଥିଲେ। ‘ନାମଲେଖା ପାଇଁ ନାହିଁ ପାଉଣା, ଅଷ୍ଟମ ପର୍ଯ୍ୟନ୍ତ ସବୁ ମାଗଣା’ ସ୍ଲୋଗାନ ମାନ ଦେଇ ବିଦ୍ୟାଳୟକୁ ଫେରି ଆସିଥିଲେ। ଏହି ରାଲିକୁ ଶିକ୍ଷକ ଅକ୍ଷୟ କୁମାର ପାତ୍ର, କଳ୍ପଲତା ରଥ, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ମଧୁସ୍ମିତା ବାରିକ, ଜୟନ୍ତୀ ଚାଷି, ଭାରତୀ ରାଉଳ,ସସ୍ମିତା ଗିରି, ଶିଖାରାଣୀ ପାତ୍ର, ନମିତା ନାୟକ, ସତ୍ୟ ସାଗରିକା ରାଉତ ପରିଚାଳନା କରିଥିବା ବେଳେ ଅଫିସ ସହକର୍ମୀ ରାଜେନ୍ଦ୍ର ଦେ, ଶଶଧର ନାୟକ, କାର୍ତ୍ତିକ ଜେନା, ଅଜିତ ପଟ୍ଟନାୟକ ଏବଂ ଏସଏମସି ସଭ୍ୟ/ସଭ୍ୟା ମାନେ ସହଯୋଗ ପୂର୍ବକ ଏହାକୁ ସଫଳ କରାଇଥିଲେ।
ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବର୍ତ୍ତମାନ ସରକାରୀ ବିଦ୍ୟାଳୟରେ ସରକାରଙ୍କ ବହୁବିଧ ଯୋଜନାର ଫାଇଦା ପ୍ରତ୍ୟେକ ଅଭିଭାବକମାନଙ୍କୁ ନେବାପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଭାରତୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।