ଟୋକିଓ ଅଲିମ୍ପିକ୍ସ : ଷ୍ଟାର ବକ୍ସର ଅମିତ ପଙ୍ଘାଲଙ୍କ ଟୋକିଓ ଯାତ୍ରା ଶେଷ

- ପୁରୁଷ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୟୁବେରଜେନ୍ ମାର୍ଟିନେଜ୍ଙ୍କ ଠାରୁ ୧-୪ରେ ପରାଜିତ
ଟୋକିଓ : ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ୯ମ ଦିନରେ ଶନିବାର ଭାରତୀୟ ଖେଳାଳି ଆରମ୍ଭରୁ ନିରାଶ କରିଛନ୍ତି । ଷ୍ଟାର ବକ୍ସର ଅମିତ ପଙ୍ଘାଲ ନିଜର ପ୍ରଥମ ମୁକାବିଲାରେ ୟୁବେର୍ଜେନ୍ ରିଓ୍ୱାସଙ୍କଠୁ ପରାସ୍ତ ହୋଇଛନ୍ତି । ଏହାସହ ତାଙ୍କର ଟୋକିଓ ଯାତ୍ରା ଶେଷ ହୋଇଛି ।
ପୁରୁଷ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ୧୬ଶ ରାଉଣ୍ଡ୍ରେ ‘ମେନ୍ସ୍ ଫ୍ଲାଇୱେଟ୍ ରାଉଣ୍ଡ୍’ରେ ଭାରତର ଅମିତ ପଙ୍ଘାଲ ମଧ୍ୟ କଲମ୍ବିଆର ୟୁବେରଜେନ୍ ମାର୍ଟିନେଜ୍ଙ୍କ ଠାରୁ ୧-୪ରେ ପରାଜିତ ହୋଇଛନ୍ତି। ପ୍ରଥମ ରାଉଣ୍ଡ୍ରେ ଅମିତ ପଙ୍ଘାଲ୍ ଆଧିପତ୍ୟ ବଜାୟ ରଖିଥିଲେ। କିନ୍ତୁ, ଅନ୍ତିମ ଦୁଇ ରାଉଣ୍ଡ୍ରେ ତାଙ୍କର ତେଜ ରହି ନ ଥିଲା। ଏହି ପ୍ରତିଦ୍ବନ୍ଦ୍ବିତା ଅମୀମାଂସିତ ରହିବ ବୋଲି ଆଶା କରାଯାଉଥିବା ବେଳେ ଏସୀୟ ସ୍ବର୍ଣ୍ଣପଦକ ବିଜେତା ଅମିତ କିନ୍ତୁ, ରିଓ ଅଲିମ୍ପିକ୍ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ମାର୍ଟିନେଜ୍ଙ୍କ ଠାରୁ ପରାସ୍ତ ହେଲେ।