ବିଶ୍ୱରେ ଆଉ ୩,୩୪,୨୬୨ ସଂକ୍ରମିତ ଓ ୬,୦୧୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୨ଲକ୍ଷ ୧୨ହଜାର ୨୫୬ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୮୬ହଜାର ୭୪୩କୁ ବୃଦ୍ଧି
ଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୩୪ହଜାର ୨୬୨ ସଂକ୍ରମିତ ହୋଇଥିବାବେଳେ ୬ହଜାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୯ଲକ୍ଷ ୧୦ହଜାର ୬୬୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୨୮୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୯୨ଲକ୍ଷ ୭୮ହଜାର ୫୮୮ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୬ଲକ୍ଷ ୩୧ହଜାର ୭୯୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୯୮ହଜାର ୩୫୫ ସଂକ୍ରମିତ ଓ ୬ଲକ୍ଷ ୨୧ହଜାର ୩୩୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୭ଲକ୍ଷ ୯୨ହଜାର ୫୧୧ ସଂକ୍ରମିତ ଓ ୫ଲକ୍ଷ ୨୫ ହଜାର ୨୨୯ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୮୬ ହଜାର ୯୯୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୯୭ ମୃତ, ଋଷିଆରେ ୫୬ ଲକ୍ଷ ୩୫ ହଜାର ୨୯୪ ସଂକ୍ରମିତ ଓ ୧ଲକ୍ଷ ୩୮ ହଜାର ୫୭୯ ମୃତ, ତୁର୍କୀରେ ୫୪ ଲକ୍ଷ ୪୯ ହଜାର ୪୬୪ ସଂକ୍ରମିତ ଓ ୪୯ ହଜାର ୯୫୯ ମୃତ, ୟୁକେରେ ୪୯ ଲକ୍ଷ ୩୦ ହଜାର ୫୩୪ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୩୨୧ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୫୨ ହଜାର ୭୫୦ ସଂକ୍ରମିତ ଓ ୯୬ ହଜାର ୨୫୧ମୃତ, କଲୋମ୍ବିଆରେ ୪୩ ଲକ୍ଷ ୭୫ ହଜାର ୮୬୧ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୪୬୬ମୃତ, ଇଟାଲିରେ ୪୨ ଲକ୍ଷ ୬୩ ହଜାର ୭୯୭ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୬୮୦ମୃତ, ସ୍ପେନରେ ୩୮ ଲକ୍ଷ ୬୬ ହଜାର ୪୭୫ ସଂକ୍ରମିତ ଓ ୮୦ ହଜାର ୯୩୪ ମୃତ ରହିଛନ୍ତି ।