ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୧୮ଲକ୍ଷ ୯୪ହଜାର ୪୦୭ ଓ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୬୫ହଜାର ୪୮୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୬୫ହଜାର ୪୮୩ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୧୮ଲକ୍ଷ ୯୪ହଜାର ୪୦୭କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୬୧ଲକ୍ଷ ୮୨ହଜାର ୭୭୮ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୮ଲକ୍ଷ ୪୬ହଜାର ୧୪୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୪ଲକ୍ଷ ୧୯ହଜାର ୫୫୦ ସଂକ୍ରମିତ ଓ ୫ଲକ୍ଷ ୬୮ହଜାର ୭୬୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୨୯ଲକ୍ଷ ୮୪ହଜାର ୯୫୬ସଂକ୍ରମିତ ଓ ୩ଲକ୍ଷ ୩୧ହଜାର ୫୩୦ମୃତ, ଫ୍ରାନ୍ସରେ ୪୮ ଲକ୍ଷ ୨୨ ହଜାର ୪୭୦ ସଂକ୍ରମିତ ଓ ୯୬ ହଜାର ୬୭୮ ମୃତ, ଋଷିଆରେ ୪୫ ଲକ୍ଷ ୮୦ ହଜାର ୮୯୪ ସଂକ୍ରମିତ ଓ ୧ଲକ୍ଷ ୩୭୪ ଜଣ ମୃତ, ୟୁକେରେ ୪୩ ଲକ୍ଷ ୫୯ ହଜାର ୩୮୮ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୮୩୬ ମୃତ, ଇଟାଲିରେ ୩୬ ଲକ୍ଷ ୬୮ ହଜାର ୨୬୪ ସଂକ୍ରମିତ ଓ ୧ଲକ୍ଷ ୧୧ ହଜାର ୩୦ମୃତ, ତୁର୍କୀରେ ୩୪ ଲକ୍ଷ ୮୭ ହଜାର ୫୦ ସଂକ୍ରମିତ ଓ ୩୨ ହଜାର ୨୬୩ ମୃତ, ସ୍ପେନରେ ୩୩ ଲକ୍ଷ ୯୬୫ ସଂକ୍ରମିତ ଓ ୭୫ ହଜାର ୬୯୮ ମୃତ, ଜର୍ମାନୀରେ ୨୮ ଲକ୍ଷ ୯୫ ହଜାର ୬୩୧ ସଂକ୍ରମିତ ଓ ୭୭ ହଜାର ୫୫୭ମୃତ, କଲମ୍ବିଆରେ ୨୪ ଲକ୍ଷ ୪୬ ହଜାର ୨୧୯ ସଂକ୍ରମିତ ଓ ୬୪ ହଜାର ୯୪ ମୃତ ରହିଛନ୍ତି ।