ଆଜି ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଏଭଳି ସଂଯୋଗ
ଆଜି ଲାଗିବାକୁ ଯାଉଛି ଚଳିତବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ପ୍ରାୟ ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଲାଗୁଛି। ତୁଳା ରାଶି ଓ ସ୍ୱାତୀ ନକ୍ଷେତ୍ରରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ୪ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଓ ପୁଣେ ଭଳି ସହରରେ ଚନ୍ଦ୍ର ଗ୍ରହଣ ଦେଖାଯିବ।
ଗତକାଲି ରାତି ୮.୪୫ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ରାତି ୧ ଟାରେ ସରିବ। ୮.୪୫ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଥିବା ବେଳେ ୧୦.୫୩ରେ ପୂର୍ଣ୍ଣଗ୍ରାସ ହେବ। ରାତି ୧ଟାରେ ଏହା ଶେଷ ହେବ। ଚନ୍ଦ୍ର ଗ୍ରହଣର ସମ୍ପୂର୍ଣ୍ଣ ସମୟ ଅବଧି ୪ ଘଣ୍ଟା ୧୫ ମିନିଟ ୩୪ ସେକେଣ୍ଡ ରହିବ। ଭାରତ ସହିତ ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରାଶନ୍ତା ମହାସାଗର, ଆଣ୍ଟଲାଟିକ ମହାସାଗର, ହିନ୍ଦ ମହାସାଗର ଓ ଆଣ୍ଟାର୍କାଟିକାରେ ଏହାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ।
ସୂଚନା ଯେ, ଆଜି ଲାଗୁଥିବା ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ପ୍ରତ୍ୟେକ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ। ଅନେକ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରି ବାହାରି ଯାଇଥାଏ। ଏହି ସମୟରେ ଚନ୍ଦ୍ର ଧୂଆଁଳିଆ ଦେଖାଯାଇଥାଏ। ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ। ଉପଛାୟା ଚନ୍ଦ୍ର ଗ୍ରହଣରେ ଧାର୍ମିକ ମହତ୍ୱ ନଥିବାରୁ ଏଥିରେ ନିୟମ ପାଳନ କରାଯାଏ ନାହିଁ।