ଆଜି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ,

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ଶନିବାର ସନ୍ଧ୍ୟା ୬ଟା ସମୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳ ପ୍ରକାଶ ପାଇବା ପରେ www.orisssaresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ ରେ ମଧ୍ୟ ଫଳ ଉପଲବ୍ଧ ହେବ। ଉକ୍ତ୨ ବିଭାଗରେ ମୋଟ ୧ଲକ୍ଷ ୨୦ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ସେଥିମଧ୍ୟରୁ ବିଜ୍ଞାନରେ ୯୫ ହଜାର ଓ ବାଣିଜ୍ୟରେ ୨୫ ହଜାର ଛାତ୍ରଛାତ୍ରୀ ଅଛନ୍ତି । ତେବେ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ କିଛି ଦିନ ପରେ ପ୍ରକାଶ କରାଯିବ । ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟ ଲାଗୁଛି। ତେଣୁ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ କରିବା ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଛି । ଏଥିନିମନ୍ତେ ଜୋରସୋର ପ୍ରକ୍ରିୟା ଚାଲୁ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ।
ମାଟ୍ରିକ୍ ପରି ଯୁକ୍ତ୨ରେ ବି ପାସ୍ ହାର ୯୦%ରୁ ଅଧିକ ହେବା ଆଶା କରାଯାଉଛି । ତେବେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ କେବେ ପ୍ରକାଶ ପାଇବ ତାହା ଏଯାଏ ନିର୍ଦ୍ଧାରଣ କରାଯାଇନି । ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଅପିଲ କରାଯାଇଛି । ଏଥର କରୋନା ପାଇଁ ପରୀକ୍ଷା ହୋଇନଥିବାରୁ , ବିନା ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମାର୍କିଂ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ରେଜଲ୍ଟରେ ଅସନ୍ତୁଷ୍ଟ ହେବେ, ସେମାନଙ୍କ ପାଇଁ ଅଫଲାଇନରେ ପରୀକ୍ଷା ଦେବା ଲାଗି ସୁଯୋଗ ରହିବ। ସୂଚନା ଯେ, ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।