ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୩୭୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୩୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୭୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୯ହଜାର ୫୬୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 10th April
— I & PR Department, Odisha (@IPR_Odisha) April 11, 2021
New Positive Cases: 1379
In quarantine: 808
Local contacts: 571
(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 33
3. Bargarh: 68
4. Bhadrak: 36
5. Balangir: 54
6. Boudh: 1
— I & PR Department, Odisha (@IPR_Odisha) April 11, 2021
7. Cuttack: 56
8. Deogarh: 4
9. Dhenkanal: 4
10. Gajapati: 3
11. Ganjam: 31
12. Jagatsinghpur: 6
13. Jajpur: 19
14. Jharsuguda: 42
15. Kalahandi: 30
16. Kandhamal: 10
17. Kendrapada: 6
18. Keonjhar: 30
19. Khurda: 158
20. Koraput: 9
21. Malkangiri: 4
22. Mayurbhanj: 49
— I & PR Department, Odisha (@IPR_Odisha) April 11, 2021
23. Nawarangpur: 71
24. Nayagarh: 18
25. Nuapada: 90
26. Puri: 43
27. Rayagada: 25
28. Sambalpur: 86
29. Sonepur: 14
30. Sundargarh: 317
31. State Pool: 35
New recoveries: 403
Cumulative tested: 9370359
Positive: 349561
Recovered: 339603
Active cases: 7979
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୭ଜଣ ଥିବାବେଳେ ବାଲେଶ୍ୱରରୁ ୩୩ଜଣ, ବରଗଡ଼ରୁ ୬୮ଜଣ, ଭଦ୍ରକରୁ ୩୬ଜଣ, ବଲାଙ୍ଗୀରରୁ ୫୪ଜଣ, ବୌଦ୍ଧରୁ ଜଣେ, କଟକରୁ ୫୬ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୪ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୩୧ଜଣ, ଜଗତସିଂହପୁରରୁ ୬ଜଣ, ଯାଜପୁରରୁ ୧୯ଜଣ, ଝାରସୁଗୁଡ଼ାରୁ ୪୨ଜଣ, କଳାହାଣ୍ଡିରୁ ୩୦ଜଣ, କନ୍ଧମାଳରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, କେନ୍ଦୁଝରରୁ ୩୦ଜଣ, ଖୋର୍ଦ୍ଧାରୁ ୧୫୮ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୪୯ଜଣ, ନବରଙ୍ଗପୁରରୁ ୭୧ଜଣ, ନୟାଗଡ଼ରୁ ୧୮ଜଣ, ନୂଆପଡ଼ାରୁ ୯୦ଜଣ, ପୁରୀରୁ ୪୩ଜଣ, ରାୟଗଡାରୁ ୨୫ଜଣ, ସମ୍ବଲପୁରରୁ ୮୬ଜଣ, ସୋନପୁରରୁ ୧୪ଜଣ, ସୁନ୍ଦରଗଡ଼ରୁ ୩୧୭ଜଣ ଓ ରାଜ୍ୟ ପୁଲ୍ରୁ ୩୫ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୯,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୯୭୯ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୯,୬୦୩ଜଣ ସୁସ୍ଥ ହୋଇଛନ୍ତି ।