ବିଗୁଡ଼ିଛି ରାଜ୍ୟର ସ୍ଥିତି : ୮୭୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁବାର ୨୮ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୮ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୫ହଜାର ୫୫୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୭ଜଣ ଥିବାବେଳେ ବାଲେଶ୍ୱରରୁ ୨୨ଜଣ, ବରଗଡ଼ରୁ ୫୩ଜଣ, ଭଦ୍ରକରୁ ୧୭ଜଣ, ବଲାଙ୍ଗୀରରୁ ୨୬ଜଣ, ବୌଦ୍ଧରୁ ଜଣେ, କଟକରୁ ୫୦ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୩୧ଜଣ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡ଼ାରୁ ୨୩ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୫ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, କେନ୍ଦୁଝରରୁ ୨୫ଜଣ, ଖୋର୍ଦ୍ଧାରୁ ୧୪୪ଜଣ, କୋରାପୁଟରୁ ୫ଜଣ, ମୟୁରଭଞ୍ଜରୁ ୨୯ଜଣ, ନବରଙ୍ଗପୁରରୁ ୧୯ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ୬୧ଜଣ, ପୁରୀରୁ ୪୫ଜଣ, ରାୟଗଡ଼ାରୁ ୧୩ଜଣ, ସମ୍ବଲପୁରରୁ ୪୮ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୧୩୧ଜଣ ଓ ରାଜ୍ୟ ପୁଲ୍ରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୫,୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୮୮୮ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୮,୬୬୨ଜଣ ସୁସ୍ଥ ହୋଇଛନ୍ତି ।