ରାଜ୍ୟରେ ଆଉ ୩,୦୩୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୦୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୭୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୨୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୨୧ ଜଣ ଥିବାବେଳେ ବାଲେଶ୍ୱରରୁ ୨୯୦ଜଣ, ବରଗଡ଼ରୁ ୩୯ଜଣ, ଭଦ୍ରକରୁ ୧୩୫ଜଣ, ବଲାଙ୍ଗୀରରୁ ୩୦ଜଣ, ବୌଦ୍ଧରୁ ୪୦ଜଣ, କଟକରୁ ୨୯୫ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୯୦ଜଣ, ଗଜପତିରୁ ୨୫ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂହପୁରରୁ ୧୦୭ଜଣ, ଯାଜପୁରରୁ ୨୨୬ଜଣ, ଝାରସୁଗୁଡ଼ାରୁ ୧୭ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୧୧୮ଜଣ, କେନ୍ଦୁଝରରୁ ୬୮ଜଣ, ଖୋର୍ଦ୍ଧାରୁ ୩୮୧ଜଣ, କୋରାପୁଟରୁ ୬୮ଜଣ, ମାଲକାନଗିରିରୁ ୪୩ଜଣ, ମୟୁରଭଞ୍ଜରୁ ୧୬୭ଜଣ, ନବରଙ୍ଗପୁରରୁ ୬୩ଜଣ, ନୟାଗଡ଼ରୁ ୧୪୦ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୧୮୦ଜଣ, ରାୟଗଡ଼ାରୁ ୪୪ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡ଼ରୁ ୮୦ଜଣ ଏବଂ ରାଜ୍ୟ ପୁଲ୍ରୁ ୭୮ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୮୦,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୪୦,୨୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୬ହଜାର ୬୩୩ଜଣ ସକ୍ରିୟ ମାମଲା ରହିଛି ।