ଆଜି ଶେଷ ରୋଜା, ଆସନ୍ତାକାଲି ଇଦ୍

ନୂଆଦିଲ୍ଲୀ : ଦେଶରେ ରାଜଧାନୀ ଦିଲ୍ଲୀ ସମେତ ଦେଶର କୌଣସି ଅଞ୍ଚଳରେ ଇଦ୍ର ଚାନ୍ଦ ଦୃଷ୍ଟିଗୋଚର ହୋଇ ନାହିଁ । ଏଥି ପାଇଁ ଇଦ୍ ଉଲ୍ ଫିତର ପର୍ବ ଶୁକ୍ରବାର ପାଳନ କରାଯିବ । ଗୁରୁବାର ୩୦ତମ ଏବଂ ଶେଷ ରୋଜା ହେଉଛି ।
ଫତେପୁର ମସଜିଦର ଶାହୀ ଇମାମ ମୌଲାନା ମୁଫ୍ତି ମୁକରମ ଗଣମାଧ୍ୟମକୁ କହିଛନ୍ତି ଯେ, ବୁଧବାର ଦେଶବ୍ୟାପୀ କୌଣସି ଠାରେ ଇଦ୍ର ଚାନ୍ଦ ଦେଖାଯାଇ ନାହିଁ । ଏଥି ପାଇଁ ଇଦ୍ ପର୍ବ ଶୁକ୍ରବାର (ମେ ୧୪) ପାଳନ ହେବ । ଏଥି ପାଇଁ ଗୁରୁବାର ୩୦ତମ ରୋଜା ରଖାଯିବ । ଜମା ମସଜିଦର ଶାହୀ ଇମାମ ସୟଦ ଅହମଦ ବୁଖଶରୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇଥିବା ଖବର ନାହିଁ । ଏବେ ଇଦ ମେ’ ୧୪ ତାରିଖରେ ପାଳନ ହେବ । ମୁଁ ଆପଣମାନଙ୍କୁ ଇଦ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି ।