ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେବ ଉତ୍ସବ । ଚଳିତ ବର୍ଷ ପରେଡକୁ ବାତିଲ କରାଯାଇଛି । ତେବେ କେବଳ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି । । ରାଜଧାନୀର ରାସ୍ତାଘାଟ, ସରକାରି କାର୍ଯ୍ୟଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜେଇ ଦିଆଯାଇଛି । ରାଜଧାନୀ ବାସିନ୍ଦା ମାନେ ଏହି ସୁନ୍ଦର ଆଲୋକିକରଣ ଦେଖି ସେଲ୍ପି ମଧ୍ୟ ନେଇଛନ୍ତି ।

ତେବେ ଚଳିତବର୍ଷ ଧୁମ୍ଧାମ୍ରେ ଉତ୍ସବ ପାଳିତ ହେବ ନାହିଁ । କୋଭିଡ କଟକଣା ସହିତ ଉତ୍ସବ ପାଳନ ହେବାକୁ ଥିବାବେଳେ ଅନ୍ୟବର୍ଷ ପରି ବେସାମରିକ ପରେଡ୍ ଅନୁଷ୍ଠିତ ହେବନାହିଁ । ଜୟଦେବ ଭବନରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସଭା କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମରେ ବିଏମ୍ସି ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ପ୍ରତିଷ୍ଠା ଦିବସ ପାଳନ ନେଇ ବିଏମ୍ସିରୁ ଅନୁମତି ଅଣାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା।