ଆଜି ୭୪ ତମ ସ୍ଥଳସେନା ଦିବସ! କହିଁକି ପାଳନ ହୁଏ ଓ କାରଣ? ମନେ ପଡ଼ନ୍ତି ଦେଶର ପ୍ରଥମ ସେନାଧ୍ୟକ୍ଷ
ଆଜି ଦେଶ ପାଳୁଛି ଗୌରବମୟ ୭୪ ତମ ‘ଆର୍ମି ଡେ’ ବା ସ୍ଥଳସେନା ଦିବସ । ଏହି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ଯବାନଙ୍କ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟ, ଜାତୀୟ ଯୁଦ୍ଧ ସ୍ମାରକୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସେନା କାର୍ଯ୍ୟାଳୟ, ଶହୀଦ ସ୍ମୃତିସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସୈନ୍ୟ ପରେଡ, ଶ୍ରଦ୍ଧାଞ୍ଜଳି ସମେତ ଚିତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶିତ ହେଉଛି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ସ୍ଥଳସେନା ଦିବସରେ ପୁରସ୍କାର ବି ଦିଆଯିବ ।
୧୯୪୯ ମସିହା ଆଜିର ଦିନରେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଚିଫ୍ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ସେନା ଦିବସ ଭାବେ ପାଳନ କରାଯାଉଛି। କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା। ଫିଲ୍ଡ ମାର୍ଶଲ କରିଅପ୍ପା ନିଜ ସେବା ସମୟରେ ଅନେକ କାରନାମା କରିଥିଲେ କିନ୍ତୁ ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ। ପ୍ରତିବର୍ଷ ଭଳି ଆଜିବି ସେନାର ସହିଦ ଯବାନଙ୍କ ବଳିଦାନକୁ ମନେ ପକାଇବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦେଶରୁ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଶ ପାଇଁ ସେନାର ଯୋଗଦାନ ଅତୁଳନୀୟ।
ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ଯାହାର ମୋଟୋ ହେଉଛି ସେବା ପରମ ଧର୍ମ। ୧୯୪୭ ରେ ଦେଶ ସ୍ବାଧୀନତା ହେବା ସତ୍ତ୍ବେ ୧୯୪୯ ପର୍ଯ୍ୟନ୍ତ ଭାରତ ଉପରେ ବ୍ରିଟିଶ ସେନାର ପ୍ରଭୁତ୍ବ ଥିଲା । ଅର୍ଥାତ ୧୯୪୯ ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟଥିଲେ ବ୍ରିଟିଶ ସେନାଧ୍ୟକ୍ଷ । ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ତାଙ୍କ ଠାରୁ ଲେଫ୍ଟନାଣ୍ଟ କେଏମ କରିୟପ୍ପା ନେଇଥିଲେ ଭାରତୀୟ ସେନାର ଦାୟିତ୍ବ । ପରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେ ନେଇଥିଲେ ଭାରତୀୟ ସେନାର ନେତୃତ୍ବ । ପରେ ତାଙ୍କର ଦକ୍ଷତା ଓ ବୀରତ୍ବକୁ ସମ୍ମାନ ଜଣାଇ ସରକାର ଲେଫ୍ଟନାଣ୍ଟ କେଏମ କରିୟପ୍ପାଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ଦେଇଥିଲେ ।
ଫିଲ୍ଡ ମାର୍ଶଲ କରିୟପ୍ପା ଭାରତୀୟ ସେନାର ପ୍ରଥମ ଅଧିକାରୀ ଭାବରେ ପାଞ୍ଚ ତାରକା ମାନ୍ୟତା ପାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଓ ୧୯୪୭ ର ପ୍ରଥମ ଇଣ୍ଡୋ-ପାକ ଯୁଦ୍ଧରେ ସେନାର ନେତୃତ୍ବ ନେଇଥିଲେ। ୧୯୧୯ ମସିହାରେ ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ଭାରତୀୟଙ୍କ ଗୋଷ୍ଠୀରେ ସେନା ପାଇଁ ମନୋନୀତ ହୋଇଥିଲେ । ଫିଲ୍ଡ ମାର୍ଶଲ କେଏମ କରିୟାପ୍ପାଙ୍କୁ ‘ଅର୍ଡର ଅଫ ଦି ଲେଜିଅନ ଅଫ ମେରିଟ’ ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କ ଦ୍ବାରା ଭାରତୀୟ ଜେନେରାଲକୁ ଦିଆଯାଇଥିବା ପ୍ରଥମ ପୁରସ୍କାର ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ପାଇଥିଲେ । ୧୯୮୩ ରେ ତାଙ୍କୁ ଫିଲ୍ଡ ମାର୍ଶଲ (ପାଞ୍ଚ ତାରକା) ମାନ୍ୟତା ଦିଆଯାଇଥିଲା । ଭାରତୀୟ ସେନାରୁ ଅବସର ନେବା ପରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ୧୯୫୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ହାଇ-କମିଶନର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ସାହସିକତା ଦକ୍ଷତା ସବୁବେଳେ ଭାରତୀୟ ସେନାର ପ୍ରେରଣା ହୋଇ ରହିଛି ।
ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସ୍ବାଧିନ ଭାରତର ପ୍ରଥମ ସ୍ଥଳସେନା ଅଧ୍ୟକ୍ଷ ଭାବେ ୧୫ ଜାନୁୟାରୀରେ ଦାୟିତ୍ବ ନେଇଥିଲେ । ଯାହା ଭାରତୀୟ ସେନା ପାଇଁ ଏକ ଐତିହାସିକ ଦିନ । ଯେତେବେଳେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା ୨ ଲକ୍ଷ ଥିଲା । ଯାହା ବର୍ତ୍ତମାନ ୧୩ ଲକ୍ଷ ରୁ ଅଧିକ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ ୧୯୫୩ ରେ ଅବସର ନେଇଥିଲେ । ଏହାସହ ୯୪ ବର୍ଷ ବୟସରେ ୧୯୯୩ରେ ତାଙ୍କର ନିଧନ ହୋଇଥିଲା ।
ରାଜା ରାଜୁଡା କାଳରେ ମାନେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର ୧୭୭୬ ରେ ଦେଶରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଏହା ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।