ଆଇପିଏଲ-୨୦୨୧ : ଟସ୍ ଜିତିଲା ରାଜସ୍ଥାନ, ବ୍ୟାଟିଂ କରିବ କୋଲକାତା

ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଶନିବାର ୧୮ତମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ସଞ୍ଜୁ ସାମ୍ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଓ ଇଅନ୍ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବ । ଏହି ମ୍ୟାଚ୍ ପାଇଁ ପଡ଼ିଥିବା ଟସ୍ ଜିତି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେଇଛି । କୋଲ କାତା ପ୍ରଥମେ ବ୍ୟାଟିଂ କରିବ । ଉଭୟ ଦଳ ୪ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲେ ମଧ୍ୟ ମାତ୍ର ଗୋଟିଏ ଲେଖାଏଁ ଜିତି ପଏଣ୍ଟ୍ ଟେବୁଲ୍ର ନିମ୍ନ ଭାଗରେ ରହିଛନ୍ତି । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି କରିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ ଉପଲବ୍ଧ ନଥିବାରୁ ଚିନ୍ତା ବଢ଼ିଛି। କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଶୁଭମନ ଗିଲ ଭଲ ଖେଳୁନଥିବାରୁ କେକେଆର୍ ମଧ୍ୟ ଚାପରେ ରହିଛି। ତଥାପି ଶନିବାର ମ୍ୟାଚ୍ରେ କେକେଆର୍ ପଲା ଭାରି ରହିବ ବୋଲି କ୍ରିକେଟ୍ ବିଶାରଦ ମାନେ ପୂର୍ବାନୁମାନ କରିଛନ୍ତି। ସୂଚନା ଯେ, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପରସ୍ପର ସହିତ ପୂର୍ବରୁ ୨୩ ଥର ଖେଳିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ୧୨ ଏବଂ ରାଜସ୍ଥାନ ରୟାଲ୍ସ ୧୦ ଜିତିଥିବା ବେଳେ ଗୋଟିଏରୁ ଫଳାଫଳ ବାହାରିପାରିନି। ନିରପେକ୍ଷ ଭେନ୍ୟୁରେ ଦୁଇ ଦଳ ୮ ଥର ମୁହାଁମୁହିଁ ହୋଇଥିବା ବେଳେ କେକେଆର୍ ୩ ଓ ରାଜସ୍ଥାନ ରୟାଲ୍ସ ୫ ଜିତିଛି ।
କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍, ସେଲଡନ୍ ଜ୍ୟାକସନ୍, ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍, ବେନ୍ କଟିଂ, ଭେଙ୍କଟେଶ ଆୟର୍, ପବନ ନେଗି।
ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମହିପାଲ୍ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ, ଆକାଶ ସିଂହ ।